www.samajalive.in
Monday, December 8, 2025
14.1 C
Bhubaneswar

ଏମିତି ଏକ ଶିବ ମନ୍ଦିର ; ସବୁଦିନ ସକାଳେ ହୁଏ ଚମତ୍କାର ; ଶିବଲିଙ୍ଗରେ ଥାଏ ଏମିତି କିଛି..

ଭାରତ ଦେଶ ବିଭିନ୍ନ ଧର୍ମ ଓ ଆସ୍ଥାର ଦେଶ। ଦୁନିଆର ସମସ୍ତ ଧର୍ମରେ ଚମତ୍କାର କାହାଣୀ ଓ କିମ୍ବଦନ୍ତୀ ରହିଛି। ବର୍ତ୍ତମାନ ମଧ୍ୟ ରହିଥିବା ରହସ୍ୟ ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରେ। ଏଭଳି ହିଁ ଏକ ରହସ୍ୟମୟ ଓ ଚମତ୍କାର ମନ୍ଦିର ମଧ୍ୟପ୍ରଦେଶର ବିଦିଶାରେ ଗଞ୍ଜ ବସୋଦା ତହସିଲ୍‌‌ର ଉଦୟପୁର ଗାଁରେ ଥିବା ମହାଦେବଙ୍କ ମନ୍ଦିର। ମାନ୍ୟତା ଅନୁଯାୟୀ, ଉଦୟପୁର ଗାଁର ନୀଳକଣ୍ଠେଶ୍ୱର ମନ୍ଦିରରେ ପ୍ରତ୍ୟେକ ଦିନ ସକାଳେ ଦ୍ୱାର ଖୋଲାଯାଇଥାଏ। ଦ୍ୱାର ଖୋଲା ଯିବା ପରେ ପୂଜାରୀ ଓ ସେବକଙ୍କୁ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳେ ଯାହାକୁ ଚମତ୍କାର ବୋଲି କୁହାଯାଏ।
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ପ୍ରତ୍ୟେକ ଦିନ ସକାଳେ ଯେଉଁ ସମୟରେ ନୀଳକଣ୍ଠେଶ୍ୱର ମନ୍ଦିରର ଦ୍ୱାର ଖୋଲାଯାଏ, ଶିବଲିଙ୍ଗରେ ଫୁଲ ଅର୍ପଣ ହୋଇଥିବା ଦେଖାଯାଏ। ସ୍ଥାନୀୟ ଲୋକେ ଏହି ଚମତ୍କାରକୁ ନେଇ ଅନେକ କାହାଣୀ କୁହନ୍ତି। କିଛି ଲୋକଙ୍କ କହିବାନୁଯାୟୀ, ପରମାର ରାଜବଂଶର ଶାସକ ଶିବଙ୍କର ଉପାସକ ଥିଲେ। ସେମାନେ ନିଜର ୨୫୦-୩୦୦ ବର୍ଷର ଶାସନରେ ଅନେକ ମନ୍ଦିର ତିଆରି କରିଛନ୍ତି। ନୀଳକଣ୍ଠେଶ୍ୱର ମନ୍ଦିରର ନିର୍ମାଣ ପରମାର ବଂଶର ଶାସକ ରାଜା ଉଦୟାଦିତ୍ୟଙ୍କ ଦ୍ୱାରା ହୋଇଥିଲା। ମାନ୍ୟତା ଅନୁଯାୟୀ, ବୁନ୍ଦେଲଖଣ୍ଡର ସେନାପତି ଆଲହା ଓ ଉଦଲ ମହାଦେବଙ୍କ ଭକ୍ତ ଥିଲେ। ଏହି ୨ ବୀର ପ୍ରତ୍ୟେକ ଦିନ ରାତିରେ ଏଠାକୁ ଆସି ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ପରେ ପଦ୍ମଫୁଲ ଅର୍ପଣ କରିଥାଆନ୍ତି। ସକାଳେ ମନ୍ଦିର ଦ୍ୱାର ଖୋଲା ହେଲା ବେଳକୁ ପୂର୍ବରୁ ଫୁଲ ଅର୍ପଣ ହୋଇ ସାରିଥିବା ଦେଖାଯାଏ। ଏହି ମନ୍ଦିରରେ ରାତିରେ ପ୍ରବେଶ ସମ୍ପୂର୍ଣ୍ଣ ଭାବେ ବନ୍ଦ।
ନୀଳକଣ୍ଠେଶ୍ୱର ମନ୍ଦିର ସହ ଜଡିତ ଆଉ ଏକ ମାନ୍ୟତା ମଧ୍ୟ ରହିଛି। ଲୋକଙ୍କ କହିବାନୁଯାୟୀ, ଏହି ମନ୍ଦିରକୁ କେବଳ ଜଣେ ବ୍ୟକ୍ତି ଗୋଟିଏ ରାତିରେ ତିଆରି କରି ଦେଇଥିଲେ। ସେହି ବ୍ୟକ୍ତି ଜଣକ ମନ୍ଦିର ତିଆରି କରିବା ପରେ ମନ୍ଦିର ଚୂଡାରୁ ତଳକୁ ଆସିଥିଲେ। ସେହି ସମୟରେ ସେ ଦେଖିଥିଲେ ଯେ ତାଙ୍କ ପୁଟୁଳି ସେଠାରେ ହିଁ ରହିଯାଇଥିଲା। ସେ ନିଜ ପୁଟୁଳି ଆଣିବାକୁ ଉପରକୁ ଚଢିଥିଲେ। ମାତ୍ର କୁକୁଡା ସକାଳ ହେବାରୁ ଡାକ ଦେବାରୁ ସେ ସେଠାରେ ହିଁ ରହି ଯାଇଥିଲେ। ଏହି କାରଣରୁ ଆଜି ମଧ୍ୟ ମନ୍ଦିର ଶିଖରରେ ଜଣେ ବ୍ୟକ୍ତିଙ୍କ ଆକାର ଦେଖାଯାଏ। ରାଜା ଉଦୟାଦିତ୍ୟଙ୍କ ନଗରୀରେ ଉଦୟପୁର ବର୍ତ୍ତମାନ ଏକ ଛୋଟ ସ୍ଥାନରେ ସୀମିତ।
ନୀଳକଣ୍ଠେଶ୍ୱର ମନ୍ଦିରରେ ମହାଶିବରାତ୍ରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଏହି ମନ୍ଦିର ବିଦିଶାରେ ଗଞ୍ଜ ବସୋଦା ତହସିଲ୍‌‌ର ରେଲୱେ ଷ୍ଟେସନ ଠାରୁ ୨୨ କିମି ଦୂରରେ ଉଦୟପୁର ଗାଁରେ ରହିଛି। ମନ୍ଦିର ଚାରିପାଶ୍ୱର୍ରେ ଥିବା ଦେବାଦେବୀଙ୍କ ମୂର୍ତ୍ତି ବର୍ତ୍ତମାନ ଖଣ୍ଡିତ ହୋଇ ରହିଛି।
ମନ୍ଦିରର ମୁଖ୍ୟ ଦ୍ୱାରା ଏପରି ଭାବରେ ତିଆରି କରାଯାଇଛି ଯେ ପ୍ରଭୁ ସୂର୍ଯ୍ୟଦେବତାଙ୍କ ପ୍ରଥମ କିରଣ ମହାଦେବଙ୍କୁ ଅଭିଷେକ କରିଥାଏ। ଏଠାରେ ପ୍ରତିବର୍ଷ ଶିବରାତ୍ରୀରେ ୫ ଦିନ ପର୍ଯ୍ୟନ୍ତ ମେଳା ଆୟୋଜନ କରାଯାଏ। ମୁଖ୍ୟମନ୍ଦିର ମଧ୍ୟମରେ ରହିଛି। ଏହାର ତିନିଟି ପ୍ରବେଶ ଦ୍ୱାର ରହିଛି। ଗର୍ଭଗୃହରେ ଶିବଲିଙ୍ଗ ସ୍ଥାପିତ ହୋଇଛି। ଯେଉଁଥିରେ କେବଳ ଶିବରାତ୍ରୀ ଦିନ ହିଁ ଉଦୟ ହେଉଥିବା ସୂର୍ଯ୍ୟଙ୍କ କିରଣ ପଡିଥାଏ। ଶିବଲିଙ୍ଗରେ ପିତ୍ତଳର ଆବରଣ ରହିଛି। ଯାହାକୁ କେବଳ ଶିବରାତ୍ରୀରେ ହିଁ ଖୋଲା ଯାଏ। ଶିବଲିଙ୍ଗର ଗୋଲାକାର ୫.୧ ଫୁଟ ଓ ମନ୍ଦିର ଭୂମିଠାରୁ ଉଚ୍ଚତା ୬.୭ ଫୁଟ ରହିଛି। ଏହି ମନ୍ଦିରରେ ପ୍ରଭୁ ଗଣେଶ, ଭଗବାନ ନଟରାଜ, ମହିଷାମର୍ଦ୍ଦିନୀ, କାର୍ତ୍ତିକ ଭଗବାନଙ୍କ ମୂର୍ତ୍ତି ମଧ୍ୟ ରହିଛି।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories