www.samajalive.in
Wednesday, December 10, 2025
16.1 C
Bhubaneswar

କେତୁଙ୍କ ରାଶି ପରିବର୍ତ୍ତନ : ସୁନାଭଳି ଚମକିବ ଏମାନଙ୍କ ଭାଗ୍ୟ..

ଜାତକରେ ବିଭିନ୍ନ ଗ୍ରହଙ୍କ ସ୍ଥିତି ପରିବର୍ତ୍ତନ ରାଶି ଉପରେ ଉଭୟ ଶୁଭ ଓ ଅଶୁଭ ପ୍ରଭାବ ପଡିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତୁ ଚଳିତ ବର୍ଷ କନ୍ୟା ରାଶିରେ ରହିବେ। ଫଳରେ ଏହି ୩ ରାଶି ବର୍ଷସାରା ମାଲାମାଲ୍‌‌ ରହିବେ। ଗ୍ରହ ଓ ନକ୍ଷତ୍ରର ପ୍ରଭାବ ପ୍ରତ୍ୟେକ ଜାତକ ଓ ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ। ଗ୍ରହଙ୍କ ରାଶି ପରିବର୍ତ୍ତନ ସମସ୍ତ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ। ଏଭଳି ହିଁ ଗ୍ରହ ହେଉଛନ୍ତି ରାହୁ ଓ କେତୁ। କେତୁ ୩୦ ଅକ୍ଟୋବରରେ ସିଂହ ରାଶିରୁ ବାହାରି କନ୍ୟା ରାଶିରେ ପ୍ରବେଶ କରିଛନ୍ତି। କେତୁ ଗୋଟିଏ ରାଶିରେ ପ୍ରାୟ ୧୮ ମାସ ବିରାଜମାନ କରିଥାଆନ୍ତି। ଏହି କାରଣରୁ କେତୁ ଗ୍ରହଙ୍କ ରାଶି ପରିବର୍ତ୍ତନ ଖୁବ୍‌‌ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଏ। ଜାଣନ୍ତୁ କେତୁ କନ୍ୟା ରାଶିରେ ବିରାଜମାନ ହେବା ପରେ କେଉଁ ରାଶି ମାନଙ୍କ ଭାଗ୍ୟ ସୁନା ଭଳି ଚମକିବ।
ମେଷ – କେତୁ କନ୍ୟା ରାଶିରେ ବିରାଜମାନ ରହିବା ଫଳରେ ମେଷ ରାଶି ବ୍ୟକ୍ତିବିଶେଷଙ୍କ ଉତ୍ତମ ସମୟ ଆରମ୍ଭ ହେବ। ସମସ୍ତ ସମସ୍ୟା ଦୂର ହେବା ସହ ଧନ ପ୍ରାପ୍ତି ହେବ। ମେଷ ରାଶିଙ୍କ ପରିବାର ସଦସ୍ୟଙ୍କ ସହ ଉତ୍ତମ ସମ୍ପର୍କ ରହିବ। ବ୍ୟବସାୟରେ ଯେତେ ପରିଶ୍ରମ କରିବେ ସେତେ ସଫଳତା ମିଳିବ। ସମ୍ପତ୍ତି ବୃଦ୍ଧି ହେବ।
ବିଛା – ବିଛା ରାଶି ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଲାଭ ମିଳିବ। କର୍ମକ୍ଷେତ୍ରରେ ପଦନ୍ନୋତି ହେବାର ଯୋଗ ରହିଛି। ଶୁଭଫଳ ପ୍ରାପ୍ତି ହେବ।
ମକର – ମକର ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ସମୟ ଖୁବ୍‌‌ ଶୁଭଙ୍କର। ସମସ୍ତ ପୁରୁଣା ରୋଗରୁ ମୁକ୍ତି ମିଳିବ। ନୂତନ ବ୍ୟବସାୟ ଆରମ୍ଭ କରି ପାରନ୍ତି। ଧନ ସଞ୍ଚୟ କରିବେ। ଅନେକ ସଫଳତା ମିଳିବା ସହ ଆର୍ଥିକ କ୍ଷେତ୍ରରେ ବୃଦ୍ଧି ହେବ। ଧନ ଲାଭ ହେବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories