www.samajalive.in
Monday, December 8, 2025
24.1 C
Bhubaneswar

ଓମାନରେ ଫସିଛନ୍ତି ୮ ଶ୍ରମିକ

ବ୍ରହ୍ମପୁର/ଛତ୍ରପୁର: ଆରବ ଦେଶକୁ କାମ କରିବାକୁ ଯାଇ ଗଞ୍ଜାମର ୮ଜଣ ସମେତ ରାଜ୍ୟର ୧୭ ଜଣ ଶ୍ରମିକ ନିର୍ଯାତନାର ଶିକାର ହୋଇଥିବା ଖବର ପହଞ୍ଚିଛି। ଶ୍ରମିକମାନେ ଦୀର୍ଘ ମାସ ହେଲା ପାରିଶ୍ରମିକ ନପାଇ ଦୟନୀୟ ସ୍ଥିତିରେ ରହିଛନ୍ତି। କାମ କରୁ୍‍ଥିବା କମ୍ପାନୀ ଠାରୁ ନିର୍ଯାତନା ପାଇବା ପରେ ଶ୍ରମିକମାନେ ସଂପୃକ୍ତ କମ୍ପାନୀ ସମ୍ମୁଖରେ ଧାରଣା ଦେଇଛନ୍ତି। ସୋମାନେ ନିଜ ଦେଶକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ଫେରି ପାରୁନାହାନ୍ତି। ସହାୟତା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି। ମିଳିଥିବା ସୂଚନାପ୍ରକାରେ ୨୦୧୭ ଜାନୁଆରୀ ୨୩ରେ ଭୁବନେଶ୍ୱରରୁ ୧୭ଜଣ ଓଡ଼ିଆ ଶ୍ରମିକ ଓମାନର ରାଜଧାନୀ ମସ୍କାଟକୁ ଯାଇଥିଲେ। ଭଲ ଦୁଇ ପଇସା ରୋଜଗାର କରିବା ଆଶାରେ ଭୁବନେଶ୍ୱରର ଏକ ଘରୋଇ ଟ୍ରାଭେଲ୍ସ ଜରିଆରେ ଓମାନ ଯାଇ ଏହି ଶ୍ରମିକମାନେ ପାଇପ ଫିଟିଙ୍ଗ, ୱେଲଡିଂ ଓ ହେଲପର କାମରେ ନିୟୋଜିତ ହୋଇଥିଲେ। ୧୭ ଜଣ ଓଡ଼ିଆଙ୍କ ମଧ୍ୟରେ ଭୁବନେଶ୍ୱରର ୯, ବାଲେଶ୍ୱରର ୨ ଓ ଗଞ୍ଜାମ ଜିଲାର ୮ଜଣ ଶ୍ରମିକ ରହିଥିବା ସୂଚନା ମିଳିଛି। ଓମାନରେ କିଛିଦିନ କାମ କରିବା ପରେ କମ୍ପାନୀ ପକ୍ଷରୁ ନିର୍ଯାତନା ଦିଆଯାଇଥିଲା। ଗତ କିଛିମାସ ହେବ ଶ୍ରମିକଙ୍କୁ ସଠିକ ଭାବେ ଦରମା ମିଳୁନଥିବା ବେଳେ କମ୍ପାନୀ କର୍ତ୍ତୃପକ୍ଷ ଭିସାକୁ ବନ୍ଧକ ରଖିଛନ୍ତି ବୋଲି ଗଞ୍ଜାମର ଶ୍ରମିକମାନେ ସୋମନଙ୍କ ପରିବାରବର୍ଗଙ୍କୁ ଫୋନ ଜରିଆରେ ଜଣାଇବା ପରେ ଘଟଣା ସାମ୍ନାକୁ ଆସିଛି। ଏପରିକି ଶ୍ରମିକମାନେ ଭୋକ ଉପବାସରେ ରହିଥିବା ମଧ୍ୟ ପରିବାର ଲୋକଙ୍କୁ
ଜଣାଇଛନ୍ତି। ଗଞ୍ଜାମ ଜିଲା ଅନ୍ତର୍ଗତ କୋଦଳାର ଅଳିକ୍ରିଷ୍ଣା ପ୍ରଧାନ, ଓ କାହ୍ନୁ ପ୍ରଧାନ, କବିସୂର୍ଯ୍ୟନଗରର ବିପିନି ବିହାରୀ ପୋଲେଇ, ଚିକିଟିର ଜି.ପୂର୍ଣ୍ଣ ରେଡ୍ଡି ଓ ପୋଲସରାର ସୁରଜ କୁମାର ପ୍ରଧାନ ଓମାନରେ ଫସି ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ଛତ୍ରପୁର ଜିଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁ କହିଛନ୍ତି।। ଓମାନରେ ଫସି ରହିଥିବା ଶ୍ରମିକଙ୍କ ସହ ଫୋନରେ ସେ କଥା ହୋଇଛନ୍ତି। ଘଟଣା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବା ସହ ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ଉଦ୍ୟମ କରାଯିବ ବୋଲି ଶ୍ରୀ ସାହୁ ଜଣାଇଛନ୍ତି। ତେବେ ଶ୍ରମିକଙ୍କ ପରିବାରବର୍ଗ ପକ୍ଷରୁ କୌଣସି ଅଭିଯୋଗ ଆସିନଥିବା ଶ୍ରୀ ସାହୁ ଜଣାଇଛନ୍ତି। ସେହିପରି ଆସିକାର ଜଣେ ଶ୍ରମିକଙ୍କ ସମେତ ବ୍ରହ୍ମପୁର ଶ୍ରମ ଜିଲାର ମୋଟ ୩ ଜଣ ଶ୍ରମିକ ଫସି ରହିଥିବା ଶୁଣିବାକୁ ପାଇଛି ବୋଲି ବ୍ରହ୍ମପୁର ଜିଲା ଶ୍ରମ ଅଧିକାରୀ ବାବୁଚରଣ ପାତ୍ରଙ୍କ ଠାରୁ ସୂଚନା ମିଳିଛି। ତଦନ୍ତ ପରେ ହିଁ ଶ୍ରମିକଙ୍କ ବିଷୟରେ ପ୍ରକୃତ ତଥ୍ୟ ମିଳିପାରିବ ବୋଲି ଶ୍ରୀ ପାତ୍ର କହିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories