www.samajalive.in
Sunday, December 7, 2025
13.1 C
Bhubaneswar

ସରସ୍ୱତୀ ମେଢ ଭଷାଣିକୁ ନେଇ ଦୁଇ ଗୋଷ୍ଠୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ

ଧାମରା : ଧାମରା ପଂଚାୟତରେ ସରସ୍ୱତୀ ମେଢ ଭଷାଣିକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ଏନେଇ ଧାମରା ଥାନାରେ ୨ ଗୋଷ୍ଠୀଙ୍କ ନାମରେ ପୃଥକ ପୃଥକ ଭାବେ ଲିଖିତ ଅଭିଯୋଗ ହୋଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଗତକାଲି ଧାମରା ପଂଚାୟତ ଅଧିନସ୍ଥ ଗୁଆଁଳ ଗ୍ରାମର ହରିଜନ ସାହିର ଗ୍ରାମବାସୀ ମାନେ ନିଜର ସରସ୍ୱତୀ ମେଢ କୁ ଭଷାଣୀ କରିବାକୁ ନେଉଥିବା ବେଳେ ସେହି ଗ୍ରାମର ସାହୁ ସାହିର କିଛି ଯୁବକ ସରସ୍ୱତୀ ମେଢକୁ ଅଟକାଇବା ସହ ମେଢ ନେଇ ଯାଉଥିବା ବ୍ୟକ୍ତି ବିଶେଷ ମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ମାଡ ଖାଇଥିବା ଯୁବକ ମାନଙ୍କ ମଧ୍ୟରୁ ୩ଜଣ ଯୁବକ ପୁଲିସ ହେପାଜତରେ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ପଠାଯାଇଥିବା ବେଳେ ମେଢ ନେଇ ଯାଉଥିବା ହରିଜନ ସାହିର ଅନ୍ୟ ଲୋକେ ସେହି ସ୍ଥାନ ଛାଡି ପଳାଇ ଆସିଥିଲେ।
ଆକ୍ରମଣ କରିଥିବା ସବର୍ଣ ଯୁବକ ମାନେ ସରସ୍ୱତୀ ମେଢ ନେଇ ଯାଉଥିବା ଟ୍ରାକ୍ଟର ଇଞ୍ଜିନ ମଧ୍ୟ ଖୋଲି ନେଇ ଯାଇଥିଲେ। ଏହି କଥାକୁ ନେଇ ହରିଜନ ସାହିର ବାସିନ୍ଦା ଧାମରା ଥାନାରେ ଖବର ଦେବା ପରେ ପୁଲିସ ସହାୟତା ଏବଂ ଅନ୍ୟ ଏକ ଟ୍ରାକ୍ଟର ଇଞ୍ଜିନ ଲଗାଇ ପୁଲିସ ପ୍ରଶାସନ ସରସ୍ୱତୀ ମେଢକୁ ନେଇ ଭଷାଣି କରିଥିଲେ। ଏଥିସ ସଂପୃକ୍ତ ଆକ୍ରମଣକାରୀ ଯୁବ ଗୋଷ୍ଠୀ ମଧ୍ୟ ହରିଜନ ସାହିରେ ପଶି ମହିଳା ମାନଙ୍କ ଉପରେ ଆକ୍ରମଣ କରିବାକୁ ମଧ୍ୟ ପଛାଇ ନଥିଲେ। ହରିଜନ ସାହିର ବହୁ ମହିଳା ଆକ୍ରମଣରେ ଶିକାର ହୋଇଥିବା ବେଳେ ସେମାନେ ମଧ୍ୟ ଧାମରା ମେଡିକାଲରେ ଚିକିତ୍ସା ପରେ ନିଜ ଘରେ ଭୟଭୀତ ଅବସ୍ଥାରେ ଅଛନ୍ତି।
ଏ ନେଇ ୨ଗୋଷ୍ଠୀ ପକ୍ଷରୁ ଧାମରା ଥାନାରେ ପୃଥକ ପୃଥକ ଭାବେ ଲିଖିତ ଅଭିଯୋଗ ହୋଇଛି। ଆଜି ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ହରିଜନ ସାହିର ବାସିନ୍ଦାନ୍ୟାୟ ପାଇବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ହରିଜନ ସାହିର ବହୁ ମହିଳା ,ପୁରୁଷ, ଯୁବକ ଯୁବତୀ ଏବଂ ଛୋଟ ଛୋଟ ଛୁଆ ମାନେ ମଧ୍ୟ ସାମିଲ ହୋଇ ମାଡ ଖାଇଥିବା କଥା କହିବା ସହ ସବୁ ସମୟରେ ସବର୍ଣ ମାନେ ହରିଜନ ସାହିର ଲୋକ ମାନଙ୍କୁ ଅଛୁଆଁ ଭେଦଭାବ ସୃଷ୍ଟି କରୁଥିବା କଥା କହିବା ସହ ଜାତି ନେଇ ବହୁ ଟିପ୍ପଣୀ ଦେଉଥିବା କଥା ମଧ୍ୟ କହୁଥିବା ଅଭିଯୋଗ ହୋଇଛି। ଧାମରା ଥାନାଧିକାରୀ ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବେ ବୋଲି ମତ ରଖିଥିବା ବେଳେ ୨ ଗୋଷ୍ଠୀର ମୁରବୀ ମାନଙ୍କୁ ନେଇ ଏକ ଶାନ୍ତି କମିଟି ଗଠନ କରିବେ ବୋଲି ମତ ପୋଷଣ କରିଛନ୍ତି।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories