www.samajalive.in
Tuesday, December 9, 2025
16.1 C
Bhubaneswar

ଜାଣନ୍ତୁ କମ୍‌‌ ଦରମାରେ କେମିତି କରିବେ ସଞ୍ଚୟ

ନିଜ ଖର୍ଚ୍ଚ ଉପରେ ସବୁବେଳେ ଦୃଷ୍ଟି ରଖିବା ନିତାନ୍ତ ଆବଶ୍ୟକ। ଏହାଦ୍ୱାରା ଖର୍ଚ୍ଚରେ ନିୟନ୍ତ୍ରଣ ରହିବା ସହ ଟଙ୍କା ସଞ୍ଚୟ ମଧ୍ୟ କରିପାରିବେ।
ମାସିକିଆ ବଜେଟ୍‌‌ ପ୍ରସ୍ତୁତ କରିବା ସମୟରେ ସଞ୍ଚୟକୁ ନିଶ୍ଚୟ ଯୋଡନ୍ତୁ। ପ୍ରତି ମାସରେ ଏପରି କରନ୍ତୁ।
ସଞ୍ଚୟ କରିବା ସମୟରେ ସର୍ବଦା ଧ୍ୟାନ ଦିଅନ୍ତୁ, ସେହି ସଞ୍ଚୟ ଟଙ୍କାକୁ ଖର୍ଚ୍ଚ କରନ୍ତୁ ନାହିଁ। ଅତି ଆବଶ୍ୟକ ନହେଲେ ଆଦୌ ଖର୍ଚ୍ଚ କରନ୍ତୁ ନାହିଁ।
ସଠିକ୍‌‌ ଚିନ୍ତା କରି କୌଣସି ସ୍ୱଳ୍ପ ସମୟ, ମଧ୍ୟମ ସମୟ କିମ୍ବା ଅଧିକ ସମୟ ପାଇଁ ଏହାକୁ ବିନିଯୋଗ କରନ୍ତୁ। ଏହାଦ୍ୱାରା ଅଧିକ ଟଙ୍କା ସଞ୍ଚୟ କରିପାରିବେ।
ଅତିରିକ୍ତ ଖର୍ଚ୍ଚ ଓ ଖର୍ଚ୍ଚର ସମସ୍ତ ଅଭ୍ୟାସ ପ୍ରତି ଧ୍ୟାନ ଦିଅନ୍ତୁ। କେଉଁଥିରେ, କେତେବେଳେ ଖର୍ଚ୍ଚ କରୁଛନ୍ତି ତାହା ମଧ୍ୟ ଧ୍ୟାନ ଦିଅନ୍ତୁ।
କିଛି ମାସ ମଧ୍ୟରେ ନିୟମିତ ବ୍ୟାଙ୍କ ଆକାଉଣ୍ଟ କିମ୍ବା ନିଜ କ୍ରେଡିଟ୍‌‌ କାର୍ଡକୁ ଯାଞ୍ଚ କରନ୍ତୁ।
ଯେତେ ପାରିବେ ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ। ଅନାବଶ୍ୟକ ଜିନିଷକୁ କିଣନ୍ତୁ ନାହିଁ। ଏହାଦ୍ୱାରା ଅଯଥା ଖର୍ଚ୍ଚରୁ ମୁକ୍ତି ମିଳିବ।
ଘର କିଣିବା ପାଇଁ କିମ୍ବା ଜାଗା ପାଇଁ ଅଧିକ ସମୟ ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଯେଉଁ ସମୟରେ ଟଙ୍କା ସଞ୍ଚୟ କରୁଛନ୍ତି, ଚିନ୍ତା କରନ୍ତୁ ଏହାକୁ ସ୍ୱତନ୍ତ୍ର କାରଣ ପାଇଁ ସଞ୍ଚୟ କରୁଛନ୍ତି।
ଜୀବନ ବୀମା ଭଳି ଯୋଜନାରେ ମଧ୍ୟ ଟଙ୍କା ନିବେଶ କରିପାରିବେ। ଏହି ଅଭ୍ୟାସ ସବୁବେଳେ ସହାୟକ ହୋଇଥାଏ। ଟଙ୍କା ମିଳିବା ସମୟରେ ଉତ୍ତର ମୂଲ୍ୟରେ ମିଳିଥାଏ। ଦରକାର ସମୟରେ ଏହା କାମରେ ଆସିଥାଏ।
ଟଙ୍କା ସଞ୍ଚୟ କରିବାର ସବୁଠାରୁ ଭଲ ଉପାୟ ହେଉଛି ପରିବାର ସଦସ୍ୟଙ୍କୁ ଏଥିରେ ସାମିଲ କରିବା। ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରତିଯୋଗିତା କରାଇପାରିବେ। କିଏ କେତେ ପରିମାଣରେ ସଞ୍ଚୟ କରିପାରୁଛି। ଏହାଦ୍ୱାରା ଅଧିକ ସଞ୍ଚୟ ହୋଇପାରିବ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories