www.samajalive.in
Wednesday, December 10, 2025
14.1 C
Bhubaneswar

ଜାଣନ୍ତୁ କ’ଣ ଏହି କାଳସର୍ପ ଦୋଷ : କେମିତି ମିଳିଥାଏ ମୁକ୍ତି..

ଆପଣ ସବୁବେଳେ ସାପ ସ୍ୱପ୍ନ ଦେଖୁଛନ୍ତି କି? ଏକ ଅଜଣା ଡର ମନ ଭିତରେ ଆସୁଛି କି, ସାପ ଦଂଶନ ପାଇଁ। ଆପଣଙ୍କ ସହ ଏପରି ହୋଇଥିଲେ, ଜାତକରେ କାଳସର୍ପ ଦୋଷ ରହିଛି ବୋଲି କୁହାଯାଏ। ଜାତକରେ କାଳସର୍ପ ଦୋଷ ଥିବାର ଅର୍ଥ ନୁହେଁ କେବଳ ସ୍ୱପ୍ନରେ ବାରମ୍ବାର ସାପ ସ୍ୱପ୍ନ ଦେଖିବା। ଏହାର ଅନ୍ୟ ଲକ୍ଷଣ ମଧ୍ୟ ରହିଛି। ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ବାରମ୍ବାର ଆସେ, କାଳସର୍ପ ଦୋଷ କ’ଣ? କେଉଁ କାରଣରୁ ଜାତକରେ କାଳସର୍ପ ଦୋଷ ଦୋଷ ଆସିଥାଏ। ଜାଣନ୍ତୁ..
କୌଣସି ବ୍ୟକ୍ତି ବିଶେଷଙ୍କର ଜନ୍ମ ସମୟରେ ରାହୁ-କେତୁ ପରସ୍ପର ସମ୍ମୁଖରେ ଥିଲେ, ଏହାସହ ସମସ୍ତ ୭ ଗ୍ରହ ମଧ୍ୟ ରାହୁ-କେତୁଙ୍କ ଗୋଟିଏ ପଟେ ରହିଥିଲେ, ଅନ୍ୟପଟେ କୌଣସି ଗ୍ରହ ନଥାଆନ୍ତି। ଫଳରେ ରାହୁ-କେତୁଙ୍କ ନକରାତ୍ମକ ପ୍ରଭାବ ସେହି ବ୍ୟକ୍ତିଙ୍କ ଜାତକରେ ପଡିଥାଏ। ଏହି ସ୍ଥିତିକୁ କାଳସର୍ପ ଦୋଷ କୁହାଯାଏ। ଜାତକରେ କାଳସର୍ପ ଦୋଷ ରହିଥିଲେ, ବ୍ୟକ୍ତି ନିଜ ପ୍ରତିଭାର ସମ୍ପୂର୍ଣ୍ଣ ଉପଯୋଗ କରିପାରେ ନାହିଁ। ସମସ୍ୟା ମଧ୍ୟରେ ଫସି ରହିଥାଆନ୍ତି। ଭାଗ୍ୟରେ ଅନ୍ୟ ସମୟରେ ପରିବର୍ତ୍ତନ ଘଟିଥାଏ। କାର୍ଯ୍ୟରେ ବାଧା ଲାଗି ରହିଥାଏ। କାଳସର୍ପ ଦୋଷ ୧୨ ପ୍ରକାରର ରହିଛି ବୋଲି କୁହାଯାଏ। ଏପରି ହୋଇଥିଲେ ଜାତକରେ ଅନ୍ୟ ଗ୍ରହ ନକ୍ଷତ୍ରଙ୍କ ସ୍ଥିତି ଦେଖିବା ପରେ ହିଁ ଜଣାପଡିଥାଏ କେଉଁ ପ୍ରକାର କାଳସର୍ପ ଦୋଷ ଜାତକରେ ରହିଛି।
କାଳସର୍ପ ଦୋଷ ଥିବା ବ୍ୟକ୍ତିଙ୍କ ସ୍ୱପ୍ନରେ ମୃତ୍ୟୁ ହୋଇସାରିଥିବା ବ୍ୟକ୍ତି ଅନେକ ସମୟରେ ଦେଖା ଯାଆନ୍ତି। ଏହାସହ ଅନେକ ସମୟରେ ଜୀବିତ ବ୍ୟକ୍ତିଙ୍କୁ ମଧ୍ୟ ମୃତ୍ୟୁ ହୋଇଥିବା ଦେଖନ୍ତି।
ବ୍ୟକ୍ତିଙ୍କୁ ସବୁବେଳେ ଭୟ ଲାଗି ରହିଥାଏ।
ଅନେକ ସମୟରେ ସ୍ୱପ୍ନରେ କିମ୍ବା ଶୋଇଥିବା ଅବସ୍ଥାରେ ଏଭଳି ଲାଗିଥାଏ ଯେ ସାପ ଗୋଡାରେ ଚଢୁଛି।
ରାତିରେ ଭିନ୍ନ ଭିନ୍ନ ସ୍ୱପ୍ନ ଆସିଥାଏ। ଅଧାରୁ ନିଦ ଭାଙ୍ଗି ଯାଇଥାଏ।
ଅନେକ ସମୟରେ ବ୍ୟସ୍ତତା ଅନୁଭବ ହୋଇ ବାରମ୍ବାର ନିଦ ଭାଙ୍ଗି ଯାଇଥାଏ।
କେତେକ ସମୟରେ ରାତିରେ ମାର୍‌‌-ପିଟ୍‌‌ ସ୍ୱପ୍ନ ମଧ୍ୟ ଦେଖିଥାଆନ୍ତି।

କେମିତି ମିଳିଥାଏ ମୁକ୍ତି..
ଯେଉଁମାନଙ୍କ ଜାତକରେ କାଳସର୍ପ ଦୋଷ ରହିଛି, ସେମାନେ ଭଗବାନ ଶିବଙ୍କ ଆରାଧନା କରିବା ଲାଭଦାୟକ। ଶିବ ମନ୍ଦିରରେ ପ୍ରଭୁଙ୍କୁ ଜଳ ଅର୍ପଣ କରିବା ଉଚିତ୍‌‌।
ନିୟମିତ ଘରେ ମଧ୍ୟ ଭଗବାନ ଶଙ୍କରଙ୍କୁ ପୂଜା କରନ୍ତୁ। ବିଶେଷ କରି ପ୍ରଦୋଷ ତିଥିରେ ଭଗବାନ ଶିବଙ୍କୁ ଜଳାଭିଷେକ କରିବା ଦ୍ୱାରା ଅତ୍ୟନ୍ତ ଲାଭ ମିଳିଥାଏ।
ନିୟମିତ ମହାମୃତ୍ୟୁଞ୍ଜୟ ମନ୍ତ୍ର ୧୦୮ ଥର ଜପ କରିବା ଉଚିତ। ମହାମୃତ୍ୟୁଞ୍ଜୟ ଜପ କରିବା ପାଇଁ ସକାଳ ସମୟର ଏକାନ୍ତ ସମୟ ସବୁଠାରୁ ଉତ୍ତମ।
କାଳସର୍ପ ଦୋଷ ଦୂର ପାଇଁ ଧାତୁରେ ନିର୍ମିତ ସାପ ମୂର୍ତ୍ତି ପଣ୍ଡିତଙ୍କ ଦ୍ୱାରା ପୂଜା କରିବା ଉଚିତ। ଏହାଦ୍ୱାରା କାଳସର୍ପ ଦୋଷ ଦୂର ହୋଇଥାଏ।
ଜାତକରୁ କାଳସର୍ପ ଦୋଷ ଦୂର କରିବା ପାଇଁ ଆପଣ ପଣ୍ଡିତଙ୍କ ପରାମର୍ଶ ଅନୁଯାୟୀ ହୀରା ଓ ମୋତି ମୁଦି ଧାରଣ କରିପାରିବେ। ଏହାଦ୍ୱାରା ରାହୁଙ୍କ ପ୍ରଭାବ ଦୂର ହୋଇଥାଏ। କେତୁଙ୍କ ପ୍ରଭାବ ଦୂର କରିବା ପାଇଁ ତମ୍ବା କିମ୍ବା ପଣ୍ଡିତଙ୍କ ପରାମର୍ଶ ଅନୁଯାୟୀ ଅନ୍ୟ ରତ୍ନ ଧାରଣ କରିପାରିବେ। ଫଳରେ କେତୁଙ୍କ ନକରାତ୍ମକ ପ୍ରଭାବ ଦୂର ହୋଇଥାଏ।
କାଳସର୍ପ ଦୋଷ ଦୂର ହେବା ପରେ ଜୀବନରେ ଅନେକ ପରିବର୍ତ୍ତନ ଘଟିଥାଏ। କାମରେ ଥିବା ବାଧା ଦୂର ହୋଇଥାଏ। ସଫଳତା ଖୁବ ଶୀଘ୍ର ମିଳିଥାଏ।
ଆର୍ଥିକ କ୍ଷେତ୍ରରେ ଉତ୍ତମ ପରିବର୍ତ୍ତନ ହୋଇଥାଏ।
ଘରେ କଳହ ଓ ଅଶାନ୍ତି ଦୂର ହୋଇଥାଏ। ବ୍ୟକ୍ତିଙ୍କ ଜୀବନରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
କର୍ମକ୍ଷେତ୍ର, ଚାକିରି ଓ ବ୍ୟବସାୟରେ ଥିବା ବାଧା ଦୂର ହୋଇଥାଏ। ଜୀବନରେ ଉନ୍ନତି ହୋଇଥାଏ।
ଧିରେ ଧିରେ ଭୟଙ୍କର ସ୍ୱପ୍ନ କମ୍‌‌ ହୋଇଥାଏ। ଡର ଦୂର ହୋଇଥାଏ। ଆତ୍ମବିଶ୍ୱାସ ବୃଦ୍ଧି ସହ ସାହସ ଶକ୍ତି ମିଳିଥାଏ।

- Advertisement -

 

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories