www.samajalive.in
Thursday, December 11, 2025
18.1 C
Bhubaneswar

ମହୁମାଛି ଆକ୍ରମଣ, ୨ ଶିଶୁଙ୍କ ସମେତ ୫ ଗୁରୁତର

ନୀଳଗିରି: ନୀଳଗିରି ବ୍ଲକ ଜଡିଦା ଗ୍ରାମରେ ମହୁମାଛି ଆକ୍ରମଣ ଯୋଗୁ ୨ ଶିଶୁଙ୍କ ସମେତ ୫ ଜଣ ଗୁରୁତର ଆହତ ହୋଇ ନୀଳଗିରି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଉକ୍ତ ଗ୍ରାମର ଶୁଭଲକ୍ଷ୍ମୀ ଷଡଙ୍ଗୀ ତାଙ୍କ ଦୁଇ ଝିଅ ମଧୁସ୍ମିତା ଓ ଦେବସ୍ମିତାଙ୍କ ସହିତ ରାତିରେ ସାଇକଲରେ ଜଡିଦା ସ୍ଥିତ ପୁରୁଣା ଘରୁ ବାଉଁଶନାଳ ସ୍ଥିତ ନୂଆ ଘରକୁ ଯାଉଥିଲେ। ରାସ୍ତା କଡ଼ରେ ଥିବା ତେନ୍ତୁଳି ଗଛରୁ ଅଚାନକ ମହୁମାଛି ଉଡି ଆସି ସେମାନଙ୍କୁ ଆକ୍ରମଣ କରିଥିଲେ।

ମହୁମାଛି ଆକ୍ରମଣରେ ଶୁଭଲକ୍ଷ୍ମୀ ସଂଜ୍ଞାହୀନ ହୋଇ ପଡିଥିବା ବେଳେ ଦୁଇ ଶିଶୁ କନ୍ୟା ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଏହା ଦେଖି ଶ୍ବଶୁର ସଚିନ୍ଦ୍ରନାଥ ଷଡଙ୍ଗୀ ଦୌଡି ଆସି ବୋହୂଙ୍କୁ ଉଦ୍ଧାର କରିବା ସମୟରେ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଶିଶୁ କନ୍ୟାଙ୍କୁ ଉଦ୍ଧାର କରିବା ସମୟରେ ଶାଶୁ ରାଧାରାଣୀଙ୍କୁ ମହୁମାଛି ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories