www.samajalive.in
Sunday, December 14, 2025
14.1 C
Bhubaneswar

ଆଖିରେ ଚାଲିବ ମାଉସ, ସାକାର ହେଲା ଏଲନ ମସ୍କଙ୍କ ପରିଶ୍ରମ

ନୂଆଦିଲ୍ଲୀ : ଏଲନ ମସ୍କ ମାନବ ଇତିହାସର ସବୁଠାରୁ ବଡ କାରନାମା କରି ଦେଖାଇଛନ୍ତି । ନିକଟରେ ଏଲନ ମସ୍କଙ୍କ କମ୍ପାନୀ ନ୍ୟୁରାଲିଙ୍କ୍ ଜଣେ ମାନବ ମସ୍ତିଷ୍କରେ ଏକ ଚିପ୍ ଲଗାଇଥିଲା । ଏନେଇ ସୂଚନା ଦେଇଥିଲେ ଏଲନ ମସ୍କ । ଏବେ ଜଣାପଡିଛି କି ମସ୍ତିଷ୍କରେ ଚିପ୍ ଲାଗିଥିବା ବ୍ୟକ୍ତି ଜଣକ ବିନା ସ୍ପର୍ଶ କରି କମ୍ପ୍ୟୁଟରର ମାଉସ ଚଲାଇପାରିଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ହୋଇଥିବା ମହାକାଶ କାର୍ଯ୍ୟକ୍ରମ ସମୟରେ ଏଲନ ମସ୍କ ଏହି ସୂଚନା ସେୟାର କରିଛନ୍ତି । ସେ ଜଣାଇଛନ୍ତି କି କାର୍ଯ୍ୟକ୍ରମ ଭଲ ଥିଲା ଏବଂ ରୋଗୀ ସମ୍ପୂର୍ଣ୍ଣ ରୂପେ ଆରୋଗ୍ୟ ହୋଇଯାଇଛନ୍ତି । ଏଥିରେ ତାଙ୍କର କୌଣସି କ୍ଷତି ହୋଇନି । ରୋଗୀ କେବଳ ମନରେ ଚିନ୍ତା କରି ମାଉସକୁ କଣ୍ଟ୍ରୋଲ କରି ଦେଖାଇଛନ୍ତି ଏହା ପରେ ପରଦାରେ ମାଉସର ପଏଣ୍ଟ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗତି କରୁଥିବା ଦେଖିବାକୁ ମିଳିଛି ।

- Advertisement -

କହିରଖୁଛୁ ନ୍ୟୁରାଲିଙ୍କ ଏଲନ ମସ୍କଙ୍କ କମ୍ପାନୀ ଏବଂ ସେ ଖୁଲାସା କରିଛନ୍ତି କି ତାଙ୍କ କମ୍ପାନୀ ସାମ୍ନାରେ ଏକ ବଡ ଲକ୍ଷ୍ୟ, ଯାହାକୁ ସେ ନିଶ୍ଚୟ  ହାସଲ କରିବେ । କମ୍ପାନୀ ମାନବ ମସ୍ତିଷ୍କରେ ଚିପ୍ ଲଗାଇ ଅନେକ ଜଟିଳ କାମକୁ ସରଳ କରିବା ପାଇଁ ଲକ୍ଷ୍ୟ ରଖିଛି । ଏହା ଫଳରେ ଅନେକ କାମ ସହଜ ହୋଇଯିବା ସହ ସମୟ ମଧ୍ୟ ବଞ୍ଚିବ । ଜଣେ କେବଳ ଚିନ୍ତା କରି ଅନେକ କାମ ସହଜରେ କରିପାରିବ ।

Hot this week

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

Related Articles

Popular Categories