www.samajalive.in
Saturday, December 13, 2025
15.1 C
Bhubaneswar

ଧାମରାରେ ମନ୍ତେଇ ମହୋତ୍ସବର ବାର୍ଷିକ ଉତ୍ସବ

ଧାମରା: ଧାମରା ନିକଟସ୍ଥ ସାଇ ଅନନ୍ତ ଇଣ୍ଟରନ୍ୟାସନାଲ ବିଦ୍ୟାଳୟ ଠାରେ ଧାମରା ଅଞ୍ଚଳର ଗର୍ବ ଏବଂ ଗୌରବର ମନ୍ତେଇ ମହୋତ୍ସବ ପାଳିତ ହୋଇ ଯାଇଛି। ଓଡିଆ ଭାଷା ,ସାହିତ୍ୟ ସଂସ୍କୃତି ଓ ଐତିହ୍ୟର ବିକାଶ ପାଇଁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଶିକ୍ଷକ ତଥା ଗାଳ୍ପିକ ସୁକାନ୍ତ କୁମାର ସେଠୀଙ୍କ ସଂଯୋଜନାରେ ହୋଇଥିବା ବେଳେ ସଭାରେ ସଭାପତି ଭାବେ ପଣ୍ଡିତ ଦୈତାରୀ ମହାପାତ୍ର, ଉଦଘାଟକ ଭାବେ ଭଦ୍ରକ ଡିଏସପି ପ୍ରଭାତ କୁମାର ବିଶ୍ୱାଳ, ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ପବିତ୍ର ପାଣିଗ୍ରାହୀ, ମୁଖ୍ୟ ବକ୍ତା ଭାବେ ଇଂ ଅଭୟ ସୂତାର, ବିଶିଷ୍ଟ ଅତିଥି ଭାବେ କବି ଦୀନବନ୍ଧୁ ପତି, ସ୍ୱତନ୍ତ୍ର ଅତିଥି ଭାବେ କବି ଭିକାରୀ ଧଳ ପ୍ରମୁଖ ଯୋଗ ଦେଇଥିଲେ।

ମନ୍ତେଇ ମହୋତ୍ସବ ଆମ ଭାଷା ସାହିତ୍ୟ,ସଂସ୍କୃତି ଓ ଐତିହର ସୁରକ୍ଷା ଓ ବିକାଶ ଦିଗରେ ବେଶ ସହାୟକ ହେବ ବୋଲି ମଂଚାସୀନ ବ୍ୟକ୍ତି ମାନେ ନିଜର ବକ୍ତବ୍ୟ ରଖିଥିଲେ। ବରିଷ୍ଠକବି ଭିକାରୀ ଧଳଙ୍କୁ ମନ୍ତେଇ ମହୋତ୍ସବ ସମ୍ମାନରେ ସମାନୀତ କରାଯାଇଥିଲା। ସମସ୍ତଙ୍କ ଉପସ୍ଥିତିରେ ମନ୍ତେଇ ମହୋତ୍ସବର ମୁଖପତ୍ର ମନ୍ତେଇର ସ୍ୱର ପତ୍ରିକା ଉନ୍ମୋଚିତ ହୋଇଥିଲା। ଏହି ପତ୍ରିକାରେ ସ୍ଥାନ ପାଇଥିବା ଗଳ୍ପ, ପ୍ରବନ୍ଧ ଓ କବିତା ବିଭାଗରୁ ୩ଜଣ ଲେଖାଏ ସାହିତ୍ୟିକ ମାନଙ୍କୁ ସମ୍ମାନୀତ କରାଯାଇଥିଲା। ଆଜିର ଏହି ମଂଚରେ କବିତା ପାଠସ୍ତୋବ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କବୟତ୍ରି ଡ.ସରୋଜିନୀ ପଟନାୟକ, ଶିଶୁ ସାହିତ୍ୟିକ ଡ.ଅରୁଣ କୁମାର ପଣ୍ଡା, ଜୟକୃଷ୍ଣ ନାୟକ, ସୁଶାନ୍ତ ନାୟକଙ୍କ ସମେତ କବିତା ସଂଯୋଜନାରେ ଭଦ୍ରକ ଜିଲ୍ଲାର ବହୁ କବି ଅଂଶ ଗ୍ରହଣ କରିଥିଲେ।

- Advertisement -

ଅତିଥିମାନଙ୍କୁ ମଂଚକୁ ଆବାହନ ତପନ କୁମାର ସାହୁ, ଅତିଥି ପରିଚୟ ଅଞନ କୁମାର ମଲିକ, ସ୍ୱାଗତ ବକ୍ତବ୍ୟ କବି ଦେବବ୍ରତ ସାହୁ, ବାର୍ଷିକ ବିବରଣୀ ପାଠ ସଂପାଦକ ତ୍ରିଲୋଚନ ବେହେରା ଏବଂ ପ୍ରାବନ୍ଧିକ ରଞନ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ଏହି ମହୋତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ଏନକେ ଦେବଶର୍ମା, ସୁଶୋଭନ ଧାଡା, କବି କୁମାର ଦଳେଇ, ବାଇଧର ରାଉତ, ଯତନ କୁମାର ଭୂୟାଁ, ଳକ୍ଷ୍ମୀପ୍ରିୟା କବି, ସସ୍ମିତା ସୂତାର, ଡ.ପୁରୁଷୋତମ ନାୟକ, କୃଷ୍ନଚନ୍ଦ୍ର ଜେନା, ଦେବେନ୍ଦ୍ର ମହାଳିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ଏବଂ ଅଂଶଗ୍ରହଣ କରିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories