www.samajalive.in
Wednesday, December 10, 2025
18.1 C
Bhubaneswar

୬ଦଫା ଦାବି ନେଇ ରାଜସ୍ବ କ୍ଷେତ୍ର ଅଧିକାର ସଂଘର ଧାରଣା

ରାମନାଗୁଡା: ଓଡ଼ିଶା କ୍ଷେତ୍ର ଅଧିକାର ସଂଘ ଓ କର୍ମଚାରୀ ସଂଘର ନିର୍ଦ୍ଦେଶକ୍ରମେ ରାୟଗଡ଼ା ଶାଖା ସହାୟତାରେ ତହସିଲ ସଭାପତି ଶିବାନନ୍ଦ ଦାଶଙ୍କ ନେତୃତ୍ବରେ ମଙ୍ଗଳବାର ରାମନାଗୁଡା ରାଜସ୍ବ କର୍ମଚାରୀମାନେ ଏକତ୍ରିତ ହୋଇ ୬ଦଫା ଦାବି ନେଇ ତହସିଲ ସମ୍ମୁଖରେ ଧାରଣା ଦେଇଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାଜସ୍ବ ସୁପରଭାଇଜର, ରାଜସ୍ବ ନିରୀକ୍ଷକ ଓ ସହକାରୀ ରାଜସ୍ବ ନିରୀକ୍ଷକ ସମୂହ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଥିବା କୁହାଯାଇଛି।

ଦାବି ଗୁଡ଼ିକ ହେଲା ଓଡିଆରଏସ ନିୟମ ୧୯୮୩ରେ ଆବଶ୍ୟକ ସଂଶୋଧନ ମାଧ୍ୟମରେ ରାଜସ୍ୱ କ୍ଷେତ୍ର କର୍ମଚାରୀଙ୍କ କ୍ୟାଡ଼ର ପୁନର୍ଗଠନ, ସହକାରୀ ରାଜସ୍ବ ନିରୀକ୍ଷକଙ୍କ ବେତନ ଓ ଆରଏସିପି ସ୍ତର-ବି ଏବଂ ୯୦ଭାଗ ରାଜସ୍ବ ନିରୀକ୍ଷକଙ୍କ ପଦୋନ୍ନତି, ୨୦୦୬ ଜାନୁଆରୀଠାରୁ ରାଜସ୍ବ ସୁପରଭାଇଜର, ରାଜସ୍ବ ନିରୀକ୍ଷକ ଓ ସହକାରୀ ରାଜସ୍ବ ନିରୀକ୍ଷକ ବେତନ ବର୍ଦ୍ଧିତ ସ୍କେଲରେ ଦିଆଯାଉ। ଆଉଟସୋର୍ସିଂ ମାଧ୍ୟମରେ ରାଜସ୍ୱ ନିରୀକ୍ଷକ ମଣ୍ଡଳ ପାଇଁ ଗ୍ରୁପଡି ପୋଷ୍ଟ ପୂରଣ କରାଯାଉ, କାର୍ଯ୍ୟସୂଚୀରେ ଆବଶ୍ୟକ ପରିବର୍ତ୍ତନ ପରେ କୃଷି ସମ୍ବନ୍ଧୀୟ ସମସ୍ତ କୃଷକ ତଥ୍ୟ ଯାଞ୍ଚ, ସିସିଇ କୃଷି ବିଭାଗକୁ ସ୍ଥାନାନ୍ତର ଆଦି ଦାବି ରହିଛି। ଏଭଳି ୬ଦଫା ଦାବି ନେଇ ସଂଘର ସଂପାଦକ କେଶବ ଶବର, କୋଷାଧ୍ୟକ୍ଷ ଗୌରୀଶଙ୍କର ମହାନ୍ତି, ପର୍ଯ୍ୟବେକ୍ଷକ ମମତା ରାଣୀ ଖଞ୍ଜା, ଅନୁରାଗ ସେଠୀ, ରାଜସ୍ବ ନିରୀକ୍ଷକ ଧ୍ୟର ରଞ୍ଜନ ଶବର, ସଂଯୁକ୍ତା ପେଦଣ୍ଟି, ଗୌତମୀ ଗାମ୍ଭିଲି, ଗିରିଧର ସାହୁ, ସହକାରୀ ରାଜସ୍ବ ନିରୀକ୍ଷକ ଶଶି କୁମାର ବେହେରା, କେଦାରଶ୍ବର ସାହୁ, ଲଳିତା କୁମାରୀ ମାଝୀ, ବିଦ୍ୟାମଣି ଭୂୟାଁ ପ୍ରମୁଖ ଏହି ଧାରଣାରେ ବସିଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories