www.samajalive.in
Sunday, December 7, 2025
26.1 C
Bhubaneswar

ଏହି ଭୋଗ କଲେ ଶାନ୍ତ ହେବେ ଶନିଦେବ ; ମାତ୍ର କରନ୍ତୁ ନାହିଁ ତମ୍ବାପାତ୍ରର ବ୍ୟବହାର..

ସପ୍ତାହର ପ୍ରତ୍ୟେକ ଦିନ ସମସ୍ତ ଦେବୀ ଦେବତାଙ୍କୁ ସମର୍ପିତ। ଶନିବାର ଦିନଟି କର୍ମ ଓ ନ୍ୟାୟ ଦେବତା ଶନିଦେବଙ୍କୁ ସମର୍ପିତ। ଶନିବାର ଦିନ ପୂଜା କରିବା ଦ୍ୱାରା ଶନିଦେବଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଧାର୍ମିକ ମାନ୍ୟତା ଅନୁସାରେ ଶନିଦେବ କର୍ମ ଆଧାରରେ ଶୁଭ ଓ ଅଶୁଭ ଫଳ ଦେଇଥାଆନ୍ତି। ପ୍ରତ୍ୟେକ ବ୍ୟକ୍ତି ଶନିଦେବଙ୍କ କୃପା ଇଚ୍ଛା କରନ୍ତି। ଶନିଦେବଙ୍କ କୃପା ପ୍ରାପ୍ତି ପାଇଁ କିଛି ସହଜ ଉପାୟ ବିଷୟରେ ଜାଣନ୍ତୁ..
ଭୋଜନ ସହ ଜଡିତ କିଛି ଜିନିଷ ଶନିଦେବଙ୍କର ଖୁବ୍‌‌ ପ୍ରିୟ। ଶନିବାର ଦିନ ଶନିଦେବତାଙ୍କ ନିକଟରେ ଏହି ଭୋଗ ଲଗାଇବା ଦ୍ୱାରା ଶନିଦେବ ଅତ୍ୟନ୍ତ ପ୍ରସନ୍ନ ହୋଇଥାଆନ୍ତି।
ଶନିବାର ଦିନ ପୂଜାରେ ବିରି ଡାଲିରେ ଖେଚେଡି ପ୍ରସ୍ତୁତ କରି ଭୋଗ କରନ୍ତୁ। ଏହାକୁ ଗ୍ରହଣ କରିବା ଦ୍ୱାରା ଶନିଦେବଙ୍କ କୃପା ପ୍ରାପ୍ତି ହୋଇଥାଏ।
ଶନିଦେବଙ୍କୁ କଳାରାଶି ଅତ୍ୟନ୍ତ ପ୍ରିୟ। ଶନିବାର ଦିନ ବିଧି ବିଧାନ ସହ ପ୍ରଭୁଙ୍କ ପୂଜା କରିବା ସହ କଳାରାଶିର ଲଡୁ ଭୋଗ କରନ୍ତୁ। ଭୋଗ ପରେ ଏହାକୁ ଗ୍ରହଣ କରିବା ସହ ପରିବାର ଲୋକଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ।
ଶନିଦେବଙ୍କ ନିକଟରେ ଗୁଡ, ଗୁଲାବଜାମୁନ୍‌‌ ଆଦି ଭୋଗ ଲଗାନ୍ତୁ। ଶନିଦେବଙ୍କୁ ଗୁଡ ଭୋଗ ଅତ୍ୟନ୍ତ ପ୍ରିୟ। ଗୁଲାବ୍‌‌ଜାମୁନ୍‌‌ ଓ ମିଠାପୁରି ଭୋଗ କରିବା ଦ୍ୱାରା ଶନିଦେବଙ୍କ କୋପରୁ ରକ୍ଷା ମିଳିଥାଏ।
ଶନିଦେବଙ୍କୁ ଭୋଗ ଅର୍ପଣ କରିବା ସମୟରେ ଭୁଲ୍‌‌ରେ ମଧ୍ୟ ତମ୍ବା ବାସନର ବ୍ୟବହାର କରନ୍ତୁ ନାହିଁ। ଶନିଦେବଙ୍କୁ ଭୋଗ ଅର୍ପଣ କରିବା ପାଇଁ ଲୁହାର ବାସନ ବ୍ୟବହାର କରିବା ଅତ୍ୟନ୍ତ ଉତ୍ତମ ବୋଲି କୁହାଯାଏ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories