www.samajalive.in
Saturday, December 6, 2025
19.1 C
Bhubaneswar

ଏମକେସିଜି ମେଡିକାଲ କଲେଜରେ ଛାତ୍ର ରାଗିଂ ଘଟଣା: ୪ ସିନିୟର୍‌ ଛାତ୍ରଙ୍କୁ କ୍ୟାମ୍ପସରୁ ବ୍ୟାନ୍

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଛାତ୍ରଙ୍କୁ ରାଗିଂ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ୪ଜଣ ସିନିୟର ଛାତ୍ରଙ୍କୁ  କ୍ୟାମ୍ପସରୁ ବ୍ୟାନ୍ କରାଯାଇଛି। ଗତ ୯ ତାରିଖ ବିଳମ୍ବିତ ରାତିରେ କଲେଜର ଦ୍ବିତୀୟ ବର୍ଷର ଜଣେ ଛାତ୍ରଙ୍କୁ ରାଗିଂ ସହ ଆକ୍ରମଣ କରାଯାଇଥିଲା। ଆଣ୍ଟିଂ ରାଗିଂ କମିଟି ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି। ଚତୁର୍ଥ ବର୍ଷ ଛାତ୍ର ଷ୍ଟାଲିନ୍ ମହାପାତ୍ର ଓ ଜ୍ୟୋତିପ୍ରକାଶ ରାଉତ୍ ୨ ମାସ ପର୍ଯ୍ୟନ୍ତ କ୍ୟାମ୍ପରେ ପ୍ରବେଶ କରିପାରିବେ ନାହିଁ। ଉଭୟଙ୍କୁ ହଷ୍ଟେଲ ଛାଡିବା ସହ କ୍ଲାସକୁ ନ ଆସିବାକୁ କୁହାଯାଇଛି। ସେହିଭଳି ରାଗିଂକୁ ପ୍ରଶୟ ଦେବା ଅଭିଯୋଗରେ ଚତୁର୍ଥ ବର୍ଷ ଛାତ୍ର ସୂର୍ଯ୍ୟକାନ୍ତ ନାୟକ ଓ ରମେଶ ସେଠୀଙ୍କୁ ଦୁଇ ସପ୍ତାହ ପାଇଁ ହଷ୍ଟେଲ ଛାଡିବା ସହ କ୍ଲାସକୁ ନ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories