www.samajalive.in
Friday, December 12, 2025
16.1 C
Bhubaneswar

ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର ବିକ୍ଷୋଭ

କେନ୍ଦୁଝରଗଡ଼: ଅଖିଳ ଭାରତ ରାଜ୍ୟ ସରକାରୀ କର୍ମଚାରୀ ମହାସଂଘ ଆହ୍ୱାନକ୍ରମେ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି କେନ୍ଦୁଝର ଜିଲା ଶାଖା ପକ୍ଷରୁ ବିଭିନ୍ନ ଦାବିରେ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସଭା ଅନୁଷ୍ଠିତ ହୋଇଯାଇଛି। ସଂଘର କେନ୍ଦୁଝର ଜିଲା ସଭାପତି ହରେକୃଷ୍ଣ ବେଜ ଓ ରାଜ୍ୟ ସମ୍ପାଦକ ସୁଜିତ କୁମାର ନାୟକ ଏହି ବିକ୍ଷୋଭ ପ୍ରଦର୍ଶନ ସଭାରେ ଯୋଗଦେଇ ପୁରୁଣା ପେନସନ ପୁନଃ ପ୍ରଚଳନ, ଚୁକ୍ତିଭିତ୍ତିକ ନିଯୁକ୍ତି ଓ ଆଉଟସୋର୍ସିଂ କର୍ମଚାରୀଙ୍କୁ ନିୟମିତ କରିବା, ଜାତୀୟ ସମ୍ପତ୍ତି ବିକ୍ରୟ ଓ ଘରୋଇକରଣ ବନ୍ଦ କରିବା, ଟ୍ରେଡ ୟୁନିୟନ କ୍ଷମତାର ସୁରକ୍ଷା ଦେବା, ନୂତନ ଶିକ୍ଷା ନୀତି ବାତିଲ କରିବା, ଜାନୁୟାରୀ ୨୦୨୦ରୁ ଜୁନ୍‌‌ ୨୦୨୧ ପର୍ଯ୍ୟନ୍ତ ୧୮ ମାସର ବକେୟା ମହଙ୍ଗା ଭତ୍ତା ତୁରନ୍ତ ପ୍ରଦାନ କରିବା, ଅଷ୍ଟମ ବେତନ କମିଶନ କମିଟି ଗଠନ କରିବା ଏବଂ ଅନୁକମ୍ପାମୂଳକ ନିଯୁକ୍ତି ଯୋଜନାରେ ଲଗାଯାଇଥିବା ଭିନ୍ନ ଭିନ୍ନ କଟକଣାକୁ ପ୍ରତ୍ୟାହାର କରି ସମ୍ପୃକ୍ତ ମୃତ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ପୂର୍ବ ଭଳି ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବାକୁ ଦାବି କରିଥିଲେ। ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି କେନ୍ଦୁଝର ଜିଲା ଶାଖା ଉପଦେଷ୍ଟା ନିଳମଣୀ ପାଣିଗ୍ରାହୀ, ଜିଲା କାର୍ଯ୍ୟକାରୀ ସଭାପତି ସୀତା ଭୋଳ, କାର୍ଯ୍ୟାଳୟ ସମ୍ପାଦକ ପବିତ୍ର ପାତ୍ର, କୋଷାଧ୍ୟକ୍ଷ ରାମଚନ୍ଦ୍ର ପାଣିଗ୍ରାହୀ, ବିନୋଦ ବିହାରୀ ବଳ, ବିନୋଦ ବିହାରୀ ମାଝୀ, ସଂଘ ସଦସ୍ୟ ମାଧବାନନ୍ଦ ନାୟକ, ସଙ୍ଗଠନ ସମ୍ପାଦିକା ଝରଣା ମହାନ୍ତ, ପୁଷ୍ପଲତା ମହାନ୍ତ ପ୍ରମୁଖ ଏହି ବିକ୍ଷୋଭ ପ୍ରଦର୍ଶନରେ ଉପସ୍ଥିତ ଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories