www.samajalive.in
Monday, December 8, 2025
24.1 C
Bhubaneswar

ବଢିପାରେ ଏଲଭିଶ ଯାଦବଙ୍କ ସମସ୍ୟା, ନମୁନାରୁ ମିଳିଲା ସାପ ବିଷ

ନୂଆଦିଲ୍ଲୀ : ୟୁଟ୍ୟୁବର ଏଲଭିଶ୍ ଯାଦବଙ୍କ ମାମଲାରେ ବଡ ଖୁଲାସା ହୋଇଛି । ନୋଏଡାରେ ହୋଇଥିବା ରେଭ୍ ପାର୍ଟିରୁ ଯେଉଁ ନମୁନା ସଂଗ୍ରହ ହୋଇଥିଲା ତାକୁ ଯାଞ୍ଚ ପାଇଁ ଜୟପୁର ପରୀକ୍ଷାଗାରକୁ ପଠାଯାଇଥିଲା । ଏବେ ନମୁନାର ଏଫଏସଏଲ୍ ରିପୋର୍ଟ ଆସିସାରିଛି । ରିପୋର୍ଟରେ କୋବ୍ରା କ୍ରେଟ୍ ପ୍ରଜାତିର ସାପ ବିଷ ମିଳିବା ନେଇ ସୂଚନା ରହିଛି । କୁହାଯାଉଛି କି ଏହି ରିପୋର୍ଟ ପରେ ଏଲଭିଶଙ୍କ ସମସ୍ୟା ବଢିପାରେ । ଏବେ ତାଙ୍କୁ ସମନ ପଠାଯିବ ଏବଂ ପଚରାଉଚରା ପାଇଁ ଡକାଯିବ । ଏବେ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବା କହି ଧରାଛୁଆଁ ଦେଉନାହାଁନ୍ତି ଏଲଭିଶ୍ ।

ଗତ ବର୍ଷ ନଭେମ୍ବରରେ ନୋଏଡା ପୁଲିସ ବଡ ଖୁଲାସାକରି ବିଗ୍ ବସ୍ ବିଜେତା ତଥା ୟୁଟ୍ୟୁବର ଏଲଭିଶ୍ ଯାଦବଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା । ସେ ସାପ ବିଷ ବିକିବା ସହ ରେଭ୍ ପାର୍ଟି ଆୟୋଜିତ କରୁଥିଲେ ଯେଉଁଥିରେ ଯୁବପିଢିମାନେ ସ୍ନେକ ବାଇଟ୍ ନେଉଥିଲେ । ଏଲଭିଶଙ୍କ ପାଇଁ କାମ କରୁଥିବା ୫ ଜଣଙ୍କୁ ପୁଲିସ ଧରିଥିଲା ଯେଉଁମାନଙ୍କ ଠାରୁ ଏକ ବୋତଲରେ ୨୦ ମିଲିଲିଟର ସାପ ବିଷ ମିଳିଥିଲା ଏବଂ ୯ଟି ସାପ ଜବତ ହୋଇଥିଲା । ଏଥିରେ ୫ ନାଗ, ଗୋଟିଏ ଅଜଗର,୨ଟି ଦୁଇ ମୁହଁ ଥିବା ସାପ ଏବଂ ଗୋଟିଏ ରାଟ୍ ସ୍ନେକ୍ ମଧ୍ୟ ଥିଲା । ସେମାନେ ଏଲଭିଶଙ୍କ ପାଇଁ କାମ କରନ୍ତି ଏବଂ ରେଭ୍ ପାର୍ଟି ପାଇଁ ସେମାନେ ଏଲଭିଶଙ୍କୁ ସାପ ବିଷ ବିତରଣ କରୁଥିବା ସ୍ବୀକାର କରିଥିଲେ ।

- Advertisement -

ଫେମସ ୟୁଟ୍ୟୁବର ଏଲଭିଶ୍ ଯାଦବଙ୍କ ବିରୁଦ୍ଧରେ ନୋଏଡାର ସେକ୍ଟର ୪୯ ଥାନାରେ ମାମଲା ହୋଇଥିଲା । ଗିରଫ ହୋଇଥିବା ୫ ଜଣଙ୍କୁ ଜେଲ୍ ପଠାଯାଇଛି । ତେବେ ସେମାନଙ୍କଠୁ ଜବତ ହୋଇଥିବା ବିଷର ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ଏହାର ରିପୋର୍ଟ ଆସିସାରିଛି । ଏହି ରିପୋର୍ଟ ପରେ ଏଲଭିଶଙ୍କ ସମସ୍ୟା ବଢିପାରେ ।

 

 

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories