www.samajalive.in
Thursday, December 11, 2025
15.1 C
Bhubaneswar

ଲୋକସେବକ ମଣ୍ଡଳର ବରିଷ୍ଠ ସଦସ୍ୟ ସତ୍ୟ ପାଲଙ୍କ ପରଲୋକ

ନୂଆଦିଲ୍ଲୀ/ଡେସ୍କ: ବିଶିଷ୍ଟ ଗାନ୍ଧୀବାଦୀ ତଥା ଲୋକସେବକ ମଣ୍ଡଳ ଚଣ୍ଡୀଗଡ଼଼ ଶାଖାର ଅଧ୍ୟକ୍ଷ ସତ୍ୟପାଲଙ୍କ ଆଜି ଅପରାହ୍ନ ୨ଟାରେ ଦିଲ୍ଳୀ ଲଜପତ ନଗର ସ୍ଥିତ ମୁଲଚନ୍ଦ ହସପିଟାଲରେ ପରଲୋକ ଘଟିଛି। ଗତ କିଛି ଦିନ ଧରି ଅସୁସ୍ଥତା କାରଣରୁ ସେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ସନ୍ତୋଷ ଗ୍ରୋଭର, କନିଷ୍ଠ ପୁତ୍ର ଅଜୟ କୁମାର, ଭଉଣୀ ସୁନୀତା ଚାୱାଲା ଓ ଭିଣୋଇ ଜଗଦୀଶ ଚନ୍ଦର ଚାୱାଲାଙ୍କ ସହ ଲୋକସେବକ ମଣ୍ଡଳ ସଭାପତି ରାଜକୁମାର ଓ ସଂପାଦକ ଡ଼ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

୮ ନଭେମ୍ବର ୧୯୩୬ରେ ଜନ୍ମିତ ସ୍ୱର୍ଗତ ସତ୍ୟପାଲ ପଞ୍ଜାବର ଭଟିଣ୍ଡା ଠାରେ ୧୯୫୭ରୁ ୧୯୬୦ ମଧ୍ୟରେ ଆଇନଜୀବୀ ଭାବେ କାର୍ଯ୍ୟ କରିଥିଲେ। ଏହି ସମୟରେ ସର୍ବୋଦୟ ଆନ୍ଦୋଳନ, ରେଡକ୍ରସ, ଭାରତ ସେବକ ସମାଜ ସହ ଯୋଡ଼ି ହେବା ସହ ଭଟିଣ୍ଡା ଆୟକର ବାର ଆସୋସିଏସନର ସଂପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ। ୧ ଅପ୍ରେଲ ୧୯୫୯ରେ ପଞ୍ଜାବ ରାଜ୍ୟରେ ସନ୍ଥ ବିନୋବା ଜୀଙ୍କ ଭୂଦାନ ପଦଯାତ୍ରାରେ ଯୋଗଦେଇଥିଲେ। ସତ୍ୟପାଲଜୀଙ୍କୁ ଲୋକସେବକ ମଣ୍ଡଳ ସହ ସାମିଲ କରିବାକୁ ସନ୍ଥ ବିନୋବା ସେତେବେଳେ ଲାଲା ଅଚିନ୍ତରାମଙ୍କୁ ପରାମର୍ଶ ଦେଇଥିଲେ। ୧୯୬୧ରେ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପରାମର୍ଶ କ୍ରମେ ଲାଲା ଲଜପତ ରାୟଙ୍କ ଜନ୍ମସ୍ଥଳୀ ଧୁଡ଼କୀ ଠାରେ ଜନ୍ମସ୍ଥଳୀ ସ୍ମୃତି କମିଟି ସଂପାଦକ ଭାବେ କାର୍ଯ୍ୟ କରି ସେ ନିଜର ଜନସେବା ଜୀବନ ଆରମ୍ଭ କରିଥିଲେ। ସ୍ୱର୍ଗତ ସତ୍ୟପାଲ ଲୋକସେବକ ମଣ୍ଡଳର ରାଷ୍ଟ୍ରିୟ ସଂପାଦକ ଭାବେ କାର୍ଯ୍ୟ କରିଛନ୍ତି। ୧୯୮୬ ମାର୍ଚ୍ଚ-ଅପ୍ରେଲରେ ବାବା ଆମତେଙ୍କ ଭାରତ ଯୋଡ଼ ଯାତ୍ରାର ଉତ୍ତର ଭାରତ ସଂଯୋଜକ ଭାବ ମଥୁରା ଠାରୁ ଶ୍ରୀନଗର ଏବଂ ଅରୁଣାଚଳ ପ୍ରଦେଶ ଠାରୁ ଓଖା ମଧ୍ୟରେ ଅନୁଷ୍ଠିତ ପୂର୍ବ-ପଶ୍ଚିମ ଭାରତ ଯୋଡ଼ ଯାତ୍ରାର ସଂଯୋଜକ ଦାୟିତ୍ୱ ତୁଲାଇଥିଲେ।

- Advertisement -

ଉତ୍ସର୍ଗୀକୃତ ଜନସେବା ପାଇଁ ୨୦୨୩ରେ ମହାରାଷ୍ଟ୍ରର ୱାର୍ଦ୍ଧା ଠାରେ ତାଙ୍କୁ ବାବା ଆମତେ ରାଷ୍ଟ୍ରିୟ ଏକତା ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ଦକ୍ଷିଣ ଏସିୟ ମୈତ୍ରୀ ସଂଘର ପ୍ରତିଷ୍ଠାତା ଭାବେ ଭାରତର ବିଭିନ୍ନ ରାଜ୍ୟରେ ବହୁ ରାଷ୍ଟୀୟ ଓ ଅନ୍ତରାଷ୍ଟୀୟ ସମ୍ମିଳନୀ ଆୟୋଜନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ସର୍ବଶ୍ରୀ ଲାଲବାହାଦୁର ଶାସ୍ତ୍ରୀ, ଇନ୍ଦରକୁମାର ଗୁଜୁରାଲ, ଅଟଳ ବିହାରୀ ବାଜପେୟୀ, ପୂର୍ବତନ ଉପରାଷ୍ଟ୍ରପତି କୃଷ୍ଣକାନ୍ତଙ୍କ ଭଳି ମହାନ ବ୍ୟକ୍ତିତ୍ୱଙ୍କ ସହ ସେ କାର୍ଯ୍ୟ କରିଛନ୍ତି। ତାଙ୍କ ବିୟୋଗରେ ପଞ୍ଜାବ ରାଜ୍ୟପାଳ ବନୱାରି ଲାଲ ପୁରୋହିତ, ଲୋକସେବକ ମଣ୍ଡଳର ରାଷ୍ଟ୍ରିୟ ସଭାପତି ରାଜକୁମାର, ଉପସଭାପତି ଦୀପକ ମାଲବ୍ୟ, ରାଷ୍ଟ୍ରିୟ ସଂପାଦକ ଡ଼ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ, ଓଡ଼ିଶା ଶାଖା ଅଧ୍ୟକ୍ଷ ନିରଞ୍ଜନ ରଥ, ସଂପାଦକ ଭୀମସେନ ଯାଦବ, ଆଜୀବନ ସଦସ୍ୟ ନିମିଶା ବେନ ଓ ରାଜେନ୍ଦ୍ର ଜେନା ଗଭୀର ଶୋକବ୍ୟକ୍ତ କରିଛନ୍ତି। ଶୁକ୍ରବାର ଦିନ ସ୍ଥାନୀୟ ଲୋଧି ଶ୍ମଶାନଘାଟ ଠାରେ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯିବ।

ସ୍ୱର୍ଗତ ସତ୍ୟ ପାଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ସନ୍ଧ୍ୟାରେ ‘ସମାଜ’ର ଭୁବନେଶ୍ୱର କାର୍ଯ୍ୟାଳୟରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଶାଖା ପରିଚାଳକ ନିହାର ପଟ୍ଟନାୟକ ସ୍ୱର୍ଗତ ପାଲଙ୍କ ଜୀବନୀ ଓ କାର୍ଯ୍ୟ ସମ୍ପର୍କରେ କହିଥିଲେ। ସ୍ୱର୍ଗତ ପାଲଙ୍କ ଆମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏଥିରେ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories