www.samajalive.in
Tuesday, December 9, 2025
16.1 C
Bhubaneswar

ସରକାରୀ ଜିପ୍‌‌ ଧକ୍କାରେ କଲେଜ ଛାତ୍ର ଗୁରୁତର

କଲମପୁର: ପାଣିଗାଁ ନିକଟରେ ଗୁରୁବାର ଅପରାହ୍ନରେ ଏକ ସରକାରୀ ଜିପ୍‌‌ ଧକ୍କାରେ ଜଣେ କଲେଜ ଛାତ୍ର ଗୁରୁତର ହେଇଥିବା ବେଳେ ଅନ୍ୟ ଜଣେ ଛାତ୍ର ସାମାନ୍ୟ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଜୟପାଟଣା କଲେଜରେ ପଢ଼ୁଥିବା ତେନ୍ତୁଳିଖୁଣ୍ଟି ଗ୍ରାମର ଜଗଜୀବନ ନାଏକ ଏବଂ ଚନ୍ଦନ ନାଏକ ନାମକ ଦୁଇ ଛାତ୍ର ଜୟପାଟଣା କଲେଜଠାରୁ ଏକ ବାଇକ ଯୋଗେ କଲମପୁର ବିଜମରା ରାସ୍ତା ଦେଇ ନିଜ ଗାଁକୁ ଫେରୁଥିଲେ। ଏହି ସମୟରେ ଭବାନିପାଟଣା ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଏକ ଜିପ୍‌‌ ଯୋଗେ କିଛି ସରକାରୀ କାଗଜାତ ବିଜମରା ପଂଚାୟତର ଦେଇ ପାଣିଗାଁ ଦେଇ ଫେରୁଥିଲା। ଜିପ୍‌ଟି ପାଣିଗାଁ ନିକଟରେ କଲେଜ ଛାତ୍ରଙ୍କ ବାଇକକୁ ପଛପଟରୁ ଧକ୍କା ଦେଇଥିଲା। ଯାହା ଫଳରେ ଉଭୟ ଛାତ୍ର ଛଟିକି ପଡ଼ିଥିଲେ। ଅନ୍ୟପଟେ ଧକ୍କା ଦେଇଥିବା ସରକାରୀ ଜିପ୍‌‌ ଘଟଣାସ୍ଥଳରୁ ଫେରାର ମାରୁଥିବାବେଳେ କିଛି ଲୋକ ଅଟକାଇ ପୁଲିସର ଜିମା ଦେଇଛନ୍ତି। ଜଗଜୀବନଙ୍କ ଗୋଡରେ ଆଘାତ ଲାଗି ଗୁରୁତର ହୋଇଥିବାବେଳେ ଚନ୍ଦନ ସାମାନ୍ୟ ଆହତ ହୋଇଛନ୍ତି। ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସହାୟତାରେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। କିନ୍ତୁ ଜଗଜୀବନଙ୍କ ଅଧିକା ଚିକିତ୍ସା ଆବଶ୍ୟକ ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories