www.samajalive.in
Saturday, December 6, 2025
26.1 C
Bhubaneswar

ଆନ୍ତର୍ଜାତିକ ମହିଳା ଟେନିସ୍‌ ଟୁର୍ଣ୍ଣାମେଣ୍ଟ; ପାକିସ୍ତାନୀ ଖେଳାଳି ମୃତ

ଇସ୍‌ଲାମାବାଦ: ପାକିସ୍ତାନରେ ଏକ ଆଇଟିଏଫ୍‌ ଆନ୍ତର୍ଜାତିକ ମହିଳା ଟେନିସ୍‌ ଟୁର୍ଣ୍ଣାମେଣ୍ଟରେ ଦୁଃଖଦ ଘଟଣା ଘଟିଛି। ଜୈନାବ୍ ଅଲୀ ନକ୍‌ଭି ନାମ୍ନୀ ୧୭ ବର୍ଷ ବୟସ୍କା ବାଳିକା ଖେଳାଳିଙ୍କର ମୃତ୍ୟୁ ଘଟିଛି। ଜୈନାବ ଅଭ୍ୟାସ କରିବା ପରେ ଥକି ଯାଇଥିଲେ। ତେଣୁ ସେ ତାଙ୍କ ରୁମ୍‌କୁ ଚାଲି ଆସିଥିଲେ। ସେଠାରେ ସେ ତଳେ ପଡ଼ିଯାଇ ବେହୋସ୍ ହୋଇ ଯାଇଥିଲେ। ତୁରନ୍ତ ଜୈନାବ୍‌ଙ୍କୁ ହସ୍‌ପିଟାଲ ନିଆ ଯାଇଥିଲା। ହେଲେ ଡାକ୍ତର ପୂର୍ବରୁ ତାଙ୍କର ମୃତ୍ୟୁ ଘଟିସାରିଛି ବୋଲି ଘୋଷଣା କରିଥିଲେ। ଡାକ୍ତରଙ୍କ କହିବା ଅନୁସାରେ ହୃଦ୍‌ଘାତ ଯୋଗୁଁ ଜୈନାବଙ୍କର ମୃତ୍ୟୁ ଘଟିଛି। ପ୍ରାକୃତିକ ଭାବେ ଜୈନାବ୍‌ଙ୍କ ମୃତ୍ୟୁ ଘଟିଥିବାରୁ ତାଙ୍କ ଶବ ବ୍ୟବଚ୍ଛେଦ କରିବାକୁ ତାଙ୍କ ପରିବାର ଲୋକ ଅନିଚ୍ଛା ପ୍ରକାଶ କରିବାରୁ ତାଙ୍କ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଥିଲା। ଜୈନାବ୍‌ ଜଣେ ଅତ୍ୟନ୍ତ ପ୍ରତିଭାବାନ ଖେଳାଳି ଥିବାରୁ ତାଙ୍କର ଅକାଳ ଓ ଦୁଃଖଦ ମୃତ୍ୟୁ ପାଇଁ ପାକିସ୍ତାନ ଟେନିସ୍‌ ମହାସଂଘ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି।

Hot this week

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

Related Articles

Popular Categories