ନିମ୍ନମାନର କାମ ଯୋଗୁ ଛାତରୁ ଖସୁଛି ପ୍ଲାଷ୍ଟର
ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟ ନିକଟରେ ମାର୍କେଟ କମ୍ପ୍ଲେକ୍ସ ନବ ନିର୍ମିତ ଛାତରୁ ପ୍ଲାଷ୍ଟର ଖସୁଥିବା ଦେଖିବାକୁ ମିଳିଛି। ସୂଚନାରୁ ପ୍ରକାଶ ଏହି କମ୍ପ୍ଲେକ୍ସ ନିର୍ମାଣ ମାତ୍ର କିଛି ବର୍ଷ ହେବ ହୋଇଥିବା ବେଳେ ନିମ୍ନମାନ କାର୍ଯ୍ୟ ଯୋଗୁ ହିଁ ଛାତରୁ ପ୍ଲାଷ୍ଟର ଖସୁଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ମାର୍କେଟ କମ୍ପ୍ଲେକ୍ସ ନିର୍ମାଣରେ ଅର୍ଥରାଶି ୧୦ଲକ୍ଷ ଟଙ୍କା ବ୍ୟୟରେ ୪ଟି ଦୋକାନ ଗୃହ ନିର୍ମାଣ ହୋଇଛି । ମାର୍କେଟ କମ୍ପ୍ଲେକ୍ସଟି ନିର୍ମାଣ।ଧିନ ହୋଇ ରହିଥିବା ବେଳେ କମ୍ପ୍ଲେକ୍ସଟି କୌଣସି କାର୍ଯ୍ୟରେ ମଧ୍ୟ ଲାଗି ପାରୁନାହିଁ । ଏପରି ଛାତରୁ ପ୍ଲାଷ୍ଟର ଖସିବାକୁ ନେଇ ବିଭାଗୀୟ କତୃପକ୍ଷ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି।
Comments are closed.