www.samajalive.in
Saturday, December 13, 2025
26.1 C
Bhubaneswar

କୋହଭରା କଣ୍ଠରେ କ୍ଷମା ମାଗିଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

ୱେଲିଂଟନ : ନ୍ୟୁଜିଲାଣ୍ଡରେ ହତ୍ୟାର ଶିକାର ହୋଇଥିବା ବ୍ରିଟେନ୍‍ ନାଗରିକ ଗ୍ରେସ ମିଲାନେଙ୍କ ପରିବାର ବର୍ଗଙ୍କୁ ସୋମବାର ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡେନ୍‍ କୋହଭରା କଣ୍ଠରେ କ୍ଷମା ମାଗିବା ସହ ସମବେଦନା ଜଣାଉଛନ୍ତି। ହତ୍ୟାର ମୁଖ୍ୟ ଅଭିଯୁକ୍ତକୁ ପ୍ରଥମ ଥର କୋର୍ଟରେ ହାଜର କରାଯାଇଛି। କ୍ଷମା ମାଗିବା ସମୟରେ ଆର୍ଡେନ କହିଥିଲେ ଯେ ଏହି ହତ୍ୟା ପାଇଁ ନ୍ୟୁଜିଲାଣ୍ଡ ଲଜ୍ଜିତ।
ଉଲ୍ଲେଖଯୋଗ୍ୟ ଯେ ରବିବାର ବ୍ରିଟେନ୍‍ ନାଗରିକ ମିଲାନେଙ୍କ ଶବ ଅକଲାଣ୍ଡ ସହର ନିକଟସ୍ଥ ପାର୍କଲାଣ୍ଡରୁ ଉଦ୍ଧାର କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆର୍ଡେନ ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଏଭଳି ଘଟଣା ଆମ ଦେଶରେ ଘଟିଥିବାରୁ ଲଜ୍ଜିତ ଓ ଦୁଃଖିତ। ଅତିଥିଙ୍କ ଆତିଥ୍ୟ ପାଇଁ ଗର୍ବ କରୁଥିବା ଆମ ଦେଶରେ ଏହି ଘଟଣା ଦୁଃଖଦାୟକ। ଏଥିପାଇଁ ନ୍ୟୁଜିଲାଣ୍ଡ ପକ୍ଷରୁ ମୃତକ ପରିବାର ବର୍ଗଙ୍କୁ କ୍ଷମା ମାଗୁଛି।
ପ୍ରକାଶଯୋଗ୍ୟ ଯେ ବ୍ରିଟେନ୍‍ ନାଗରିକ ମିଲାନେ ନିଜ ୨୨ତମ ଜନ୍ମଦିନ ପାଳନ ପାଇଁ ନ୍ୟୁଜିଲାଣ୍ଡ ଆସିଥିଲେ। ହେଲେ ଜନ୍ମଦିନର ପୂର୍ବଦିନ ରାତିରେ ସେ କେଉଁଆଡେ ନିଖୋଜ ହୋଇଯାଇଥିଲେ। ପରେ ତାଙ୍କ ଶବ ଉଦ୍ଧାର କରାଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories