www.samajalive.in
Friday, December 12, 2025
23.1 C
Bhubaneswar

ସାଇବର ସୁରକ୍ଷାରେ ଅବହେଳା ଯୋଗୁଁ ଇଣ୍ଡିଆନ୍‌ ବ୍ୟାଙ୍କ ଉପରେ  ଏକ କୋଟି ଟଙ୍କାର ଜୋରିମାନା କଲେ  ଆରବିଆଇ

ମୁମ୍ବଇ .- ବ୍ୟାକିଙ୍ଗ ସାଇବର ସୁରକ୍ଷା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ନିୟମ ପାଳନ ନ କରିବା , ଏଥିରେ ଅବହେଳା କରିବା ଅଭିଯୋଗରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ,  ଇଣ୍ଡିଆନ୍‌ ବ୍ୟାଙ୍କ ଉପରେ ଏକ କୋଟି ଟଙ୍କାର ଜୋରିମାନା କରିଛନ୍ତି ।

୩୦ ନଭେମ୍ବରରେ  ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏ ନେଇ ଏକ ନିର୍ଦେଶ ଜାରି କରାଯାଇଛି । ବ୍ୟାକିଙ୍ଗ ରେଗୁଲେସନ୍‌ ଆକ୍ଟ ୧୯୪୯  ଅନ୍ତର୍ଗତ ଆରବିଆଇ ଏହି ପଦକ୍ଷେପ ଗ୍ରହଣ କରିଛି । ସାଇବର ସୁରକ୍ଷା ପାଇଁ ବ୍ୟାଙ୍କମାନଙ୍କ ପାଇଁ ଆରବିଆଇ ମାର୍ଗ ଦର୍ଶିକା ଜାରି କରିଛି । ଏହି ସବୁ ପଦକ୍ଷେପ ଗ୍ରହଣ କଲେ ବ୍ୟାକିଙ୍ଗ କ୍ଷେତ୍ରରେ ହେଉଥିବା ବିଭିନ୍ନ ଠକାମୀ, ସାଇବର ଠକାମୀ ରୋକି ହେବ ଓ ଗ୍ରାହକଙ୍କ ପାଇଁ ଅର୍ଥ କାରବାର କରିବା ବେଶୀ ସୁରକ୍ଷିତ ହେବ । ମାତ୍ର ଇଣ୍ଡିଆନ୍‌ ବ୍ୟାଙ୍କ କେତକ ନିର୍ଦେଶକୁ ପାଳନ  କରି ନ ଥିବା ପ୍ରମାଣିତ ହେବା ପରେ ଆରବିଆଇ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories