www.samajalive.in
Sunday, December 7, 2025
14.1 C
Bhubaneswar

ବର୍ଷ ୨୦୨୪ରେ ରହିବ ଶନିଙ୍କ ପ୍ରଭାବ ; ଘଟିପାରେ ଏସବୁ ଘଟଣା

ନବବର୍ଷ ୨୦୨୪ ଆରମ୍ଭ ହୋଇ ସାରିଛି। ଏହି ବର୍ଷ କିଭଳି କଟିବ,କେଉଁ ଗ୍ରହଙ୍କ ପ୍ରଭାବ ଅଧିକ ରହିବ,ସଭିଁଙ୍କ ମନରେ ଏହି ପ୍ରଶ୍ନ ବାରମ୍ବାର ଆସିଥାଏ। ତେବେ ଜାଣନ୍ତୁ ବର୍ଷ ୨୦୨୪ ଓ ଅଙ୍କ ଜ୍ୟୋତିଷ ସହ ଜଡିତ ଏହି ମହତ୍ତ୍ୱପୂର୍ଣ୍ଣ ତଥ୍ୟ..
ଅଙ୍କ ଜ୍ୟୋତିଷ ଅନୁଯାୟୀ, ୨୦୨୪ ଏକାଠି ହେଲେ ଏହା ୮ ହୋଇଥାଏ। ଏହି ଅଙ୍କ ଶନିଙ୍କ ସହ ସମ୍ବନ୍ଧିତ। ଏହି କାରଣରୁ ବର୍ଷ ୨୦୨୪ ଶନିଦେବତାଙ୍କ ସବୁଠାରୁ ଅଧିକ ପ୍ରଭାବ ରହିବ। ଶନିଙ୍କ ପ୍ରଭାବ କାରଣରୁ ଏହି ବର୍ଷରେ ଅନେକ ଘଟଣା ଘଟିବାର ସମ୍ଭାବନା ରହିଛି। ରାଜନୀତି ଜଗତରେ ଉତ୍ଥାନପତନ ଲାଗି ରହିବ। ପଡୋଶୀ ଦେଶ ସହ ବିବାଦ ହୋଇପାରେ। ପ୍ରାକୃତିକ ବିପର୍ଯ୍ୟୟ ଆସିପାରେ।
ଏହାସହ ଶନିଙ୍କ ପ୍ରଭାବ ହେତୁ ବର୍ଷ ୨୦୨୪ରେ ଲୋକଙ୍କର ଧର୍ମ-କର୍ମ ପ୍ରତି ବିଶ୍ୱାସ ବୃଦ୍ଧି ପାଇବ। ଦେଶ ଦୁନିଆରେ ଅନେକ ମନ୍ଦିର,ମଠ ଆଦି ତିଆରି ହେବ।
ଜ୍ୟୋତିଷ ଶାସ୍ତ୍ରରେ ଅଙ୍କ ୨୪କୁ ବହୁତ ଶୁଭ ବୋଲି ବିବେଚନା କରାଯାଏ। ଅଙ୍କ ଜ୍ୟୋତିଷ ଅନୁଯାୟୀ ଏହା ନକରାତ୍ମକ ଶକ୍ତିକୁ ଦୂର କରିବା ସହ ସକରାତ୍ମକ ଶକ୍ତି ଆଣିଥାଏ। ଏହି ଅଙ୍କ ଧନଲାଭ ସହ ମଧ୍ୟ ଜଡିତ। ହିନ୍ଦୁଧର୍ମରେ ଅଙ୍କ ୨୪ର ବିଶେଷ ମହତ୍ତ୍ୱ ରହିଛି। ଭଗବାନ ବିଷ୍ଣୁଙ୍କ ୨୪ ଅବତାର ରହିଛି। ଗାୟନ୍ତ୍ରୀ ମନ୍ତ୍ରରେ ମଧ୍ୟ ୨୪ ଅକ୍ଷର ରହିଛି।
ସୁନାର ଶୁଦ୍ଧତା ମାପ ପାଇଁ ୨୪ କ୍ୟାରେଟ୍‌‌ ଶବ୍ଦର ପ୍ରୟୋଗ କରାଯାଏ। ସେଭଳି ଦିନରାତି ମିଶି ୨୪ ଘଣ୍ଟା ହୋଇଥାଏ। ଅଶୋକ ଚକ୍ରରେ ମଧ୍ୟ ୨୪ ଅର ରହିଛି। ତେଣୁ ଅଙ୍କ ୨୪ର ଅନେକ ମହତ୍ତ୍ୱ ରହିଛି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories