www.samajalive.in
Tuesday, December 9, 2025
23.1 C
Bhubaneswar

ଦୂର ହେଲା ଦ୍ୱନ୍ଦ୍ୱ ; ଏପ୍ରିଲ ୧୪ ତାରିଖରେ ପାଳନ ହେବ ମହାବିଷୁବ ପଣା ସଂକ୍ରାନ୍ତି

ପୁରୀ : ପଣା ସଂକ୍ରାନ୍ତି, ଓଡିଆ ନବବର୍ଷ କେବେ ପାଳନ ହେବ ସେନେଇ ଥିବା ଦ୍ୱନ୍ଦ୍ୱ ସୋମବାର ଦୂର ହୋଇଛି। ଏପ୍ରିଲ ୧୪ ତାରିଖରେ ପାଳନ ହେବ ମହାବିଷୁବ ପଣା ସଂକ୍ରାନ୍ତି। ପଣା ସଂକ୍ରାନ୍ତି ନେଇ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ମୋହର ମାରିଛି। କିଛି ଗଣନାକାରୀ ୧୩ ତାରିଖରେ ପଣା ସଂକ୍ରାନ୍ତି ପାଳନ ହେବ ବୋଲି କହିଥିବା ବେଳେ ତାହା ସ୍ପଷ୍ଟ ହୋଇନଥିଲା। ଗତ ସପ୍ତାହପରେ ୨୦୨୪-୨୫ ପାଞ୍ଜି ଗଣନାରେ ପଣା ସଂକ୍ରାନ୍ତିକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଏହି ଦ୍ୱନ୍ଦ୍ୱ ଦୂର ପାଇ ସୋମବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପାଞ୍ଜି ସମୀକ୍ଷା ବୈଠକ ହୋଇଥିଲା।
ସେହିପରି ଏଥର ପଞ୍ଚକ ୫ ଦିନ ବଦଳରେ ୪ ଦିନ ପାଳନ ହେବ। ଜୁଲାଇ ୭ରେ ଶ୍ରୀଗୁଣ୍ଡିଚା, ନେତ୍ରୋତ୍ସବ, ନବଯୌବନ ବେଶ ହେବ। ଆସନ୍ତା କାର୍ତ୍ତିକ ପଞ୍ଚକରେ ଲକ୍ଷ୍ମୀ ନୃସିଂହ ବେଶ ହେବ ନାହିଁ ବୋଲି ସୂଚନା ମିଳିଛି।

 

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories