www.samajalive.in
Sunday, December 7, 2025
26.1 C
Bhubaneswar

ମର୍ମନ୍ତୁଦ; ବସ୍‌‌-କାର୍‌‌ ଧକ୍କା,ଜୀଅନ୍ତା ଜଳିଗଲେ ୫ ଯାତ୍ରୀ, ବର୍ତ୍ତିଗଲେ ୫୦

ମଥୁରା : ମଥୁରା ଥାନା ମହାବନ ଅଞ୍ଚଳରେ ଯମୁନା ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଏକ ସ୍ଲିପର୍‌‌ ବସ୍‌‌ ଅନିୟନ୍ତ୍ରିତ ହୋଇ ଡିଭାଇଡରରେ ପିଟି ହେବା ପରେ ପଛରୁ ଆସୁଥିବା ଏକ କାର ସହ ଧକ୍କା ହୋଇଛି। ୨ଟି ଗାଡି ଧକ୍କା ହେବା ପରେ ଉଭୟ ଗାଡିରେ ନିଆଁ ଲାଗି ଯାଇଥିଲା। ଏହି ଦୁର୍ଘଟଣାରେ କାରରେ ଥିବା ପାଞ୍ଚ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଖବର ପାଇବା ମାତ୍ରେ ପୁଲିସ ଓ ଦମକଳ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଖୁବ୍‌‌ କଷ୍ଟରେ ନିଆଁକୁ ଆୟତ୍ତ କରିଥିଲେ।
ମିଳିଥିବା ସୂଚନାନୁଯାୟୀ, ଆଗ୍ରାରୁ ନୋଏଡା ଯାଉଥିବା ଏକ ଘରୋଇ ବସ୍‌‌ ଡିଭାଇଡରରେ ପିଟି ହେବା ପରେ ଅନିୟନ୍ତ୍ରିତ ହୋଇ ରାସ୍ତାରେ ଯାଉଥିବା ସମୟରେ ପଛରୁ ଆସୁଥିବା ଏକ କାର୍‌‌ ଏହି ବସ୍‌‌ ସହ ଧକ୍କା ହୋଇଥିଲା। ଧକ୍କା ହେବା ମାତ୍ରେ ପ୍ରଥମେ ବସ୍‌‌ରେ ନିଆଁ ଲାଗିବା ପରେ ଏହି ନିଆଁ କାର୍‌‌କୁ ତୁରନ୍ତ ବ୍ୟାପି ଯାଇଥିଲା। କାର୍‌‌ରେ ଥିବା ଯାତ୍ରୀମାନେ ବାହାରକୁ ବାହାରିବାକୁ ସୁଯୋଗ ପାଇପାରି ନଥିଲେ। ଫଳରେ କାର୍‌‌ ଭିତରେ ଥିବା ୫ ଜଣ ଜୀବନ୍ତ ଦଗ୍ଧ ହୋଇଥିଲେ। ସୌଭାଗ୍ୟବଶତଃ ବସ୍‌‌ରେ ଥିବା ଯାତ୍ରୀମାନେ ବସ୍‌‌ରୁ ଡେଇଁ ନିଜ ଜୀବନ ବଞ୍ଚାଇଛନ୍ତି। ବସ୍‌‌ରେ ପ୍ରାୟ ୫୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଦୁର୍ଘଟଣାରେ କିଛି ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ପୁଲିସ ଓ ଅନ୍ୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

 

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories