www.samajalive.in
Saturday, December 13, 2025
26.1 C
Bhubaneswar

ରାଜ୍ୟ ଟେଲି ପୁରସ୍କାର ଆବେଦନ ସମୟସୀମା ବୃଦ୍ଧି

ଡେସ୍କ: ରାଜ୍ୟ ସରକାର ୯ମ, ୧୦ମ ଓ ୧୧ତମ ଓଡ଼ିଶା ରାଜ୍ୟ ଟେଲି ପୁରସ୍କାର ନିମନ୍ତେ ଆବେଦନ ସମୟସୀମା ବୃଦ୍ଧି କରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପୂର୍ବରୁ ଏଥିପାଇଁ ୧୫ ଦିନ ସମୟସୀମା ସ୍ଥିର କରାଯାଇଥିବା ବେଳେ ପୁଣି ଏହି ସମୟସୀମା ଚଳିତ ମାସ ୧୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଉଛି। ଏ ସମ୍ପର୍କିତ ସମ୍ପୂର୍ଣ୍ଣ ବିବରଣୀ culture.odisha.gov.in ୱେବସାଇଟରେ ଉବଲବ୍ଧ ଅଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ରାଜ୍ୟ ସରକାର, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ୯ମ ଓଡିଶା ରାଜ୍ୟ ଟେଲି ପୁରସ୍କାର, ୨୦୨୦; ୧୦ମ ଓଡିଶା ରାଜ୍ୟ ଟେଲି ପୁରସ୍କାର, ୨୦୨୧ ଏବଂ ୧୧ତମ ଓଡିଶା ରାଜ୍ୟ ଟେଲି ପୁରସ୍କାର, ୨୦୨୨ ପାଇଁ ଦରଖାସ୍ତ ଆହ୍ୱାନ କରିଛନ୍ତି। ଆଗ୍ରହୀ ପ୍ରଯୋଜକମାନେ ସେମାନଙ୍କ ଦ୍ବାରା ପ୍ରଯୋଜିତ ମୌଳିକ ଓଡିଆ ଟେଲି ଧାରାବାହିକଗୁଡିକ ପୁରସ୍କାରରେ ଭାଗ ନେବା ନିମନ୍ତେ ନିର୍ଦ୍ଦିଷ୍ଟ ପ୍ରବେଶିକା ଫର୍ମ ଏବଂ ମନୋନୟନ ପତ୍ର ପୂରଣ କରି ଆବଶ୍ୟକୀୟ କାଗଜାତ/ଦସ୍ତାବିଜ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟକୁ ରେଜିଷ୍ଟର୍ଡ ପୋଷ୍ଟ/ସ୍ପିଡ଼ ପୋଷ୍ଟ/ରେଜିଷ୍ଟର୍ଡ ପାର୍ସଲରେ ପଠାଇ ପାରିବେ। ସର୍ତ୍ତାବଳି ବ‌ହିର୍ଭୂତ ଏବଂ ଆବଶ୍ୟକୀୟ କାଗଜାତ/ଦସ୍ତାବିଜ ତଥା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦାଖଲ କରାଯାଇନଥିବା ଆବେଦନ ପତ୍ରଗୁଡିକୁ ଚୟନ କମିଟିର ବିଚାର ପାଇଁ ଯୋଗ୍ୟ ବିବେଚିତ କରାଯିବ ନାହିଁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories