www.samajalive.in
Monday, December 8, 2025
24.1 C
Bhubaneswar

ଦ୍ୱିତୀୟ କ୍ରସ ଓଭର ଆଜି ; କ୍ୱାର୍ଟର ଟାର୍ଗେଟରେ ନେଦରଲାଣ୍ଡ୍‍ସ ଓ କାନାଡା

ଭୁବନେଶ୍ୱର : ଏଫଆଇଏଚ୍‍ ବିଶ୍ୱ ମାନ୍ୟତାର ୪ର୍ଥ ତଥା ୩ଥର ବିଶ୍ୱ ଚମ୍ପିଆନ ନେଦରଲାଣ୍ଡ୍‍ସ ଓ କାନାଡ଼ା ମଧ୍ୟରେ ମଙ୍ଗଳବାର ଚତୁର୍ଥ ତଥା ଅନ୍ତିମ କ୍ରସ ଓଭର ମ୍ୟାଚ ଖେଳାଯିବ। ବିଜେତା ଦଳ ୧୩ରେ ଭାରତ ବିପକ୍ଷରେ କ୍ୱାର୍ଟର ଫାଇନାଲ ମ୍ୟାଚ୍‍ ଖେଳିବ। କାନାଡ଼ା ଲିଗ୍‍ ପର୍ଯ୍ୟାୟରେ ୧-୨ ଗୋଲରେ ବେଲଜିୟମ ଓ ୫-୧ ଗୋଲରେ ଭାରତ ନିକଟରୁ ପରାଜିତ ହୋଇଥିବାବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ ଡ୍ର ରଖିଥିଲା। ଦଳ ପକ୍ଷରୁ ଫ୍ଲୋରିସ୍‍ ଭାନସନ, ମାର୍କ ପିୟରସନ ଓ ଅଧିନାୟକ ସ୍କଟ ଟୁପର ଗୋଟିଏ ଲେଖାଏଁ ଗୋଲ ଦେଇଛନ୍ତି। ପ୍ରଦର୍ଶନକୁ ଦେଖିଲେ ଦଳ ନେଦରଲାଣ୍ଡ୍‍ସକୁ ପରାସ୍ତ କରିବା ସହଜ ହେବ ନାହିଁ। ପ୍ରଶିକ୍ଷକ ପଲ୍‍ ବଣ୍ଡି କହିଛନ୍ତି ଅତୀତ ମ୍ୟାଚ ଇତିହାସ। ବର୍ତ୍ତମାନକୁ ନେଇ ଆମେ ପଡ଼ିଆକୁ ଓହ୍ଳାଇବୁ। ପ୍ରଥମ ୩ଟି ମ୍ୟାଚର ତ୍ରୁଟିକୁ ସୁଧାରି କ୍ରସ ଓଭରରେ ନେଦରଲାଣ୍ଡ୍‍ସ ବିପକ୍ଷରେ ଖେଳିବୁ ବୋଲି କହିଛନ୍ତି। ସେହିପରି ନେଦରଲାଣ୍ଡ୍‍ସ ମଧ୍ୟ କ୍ୱାର୍ଟର ଫାଇନାଲ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ଲିଗ୍‍ ପର୍ଯ୍ୟାୟରେ ଦଳ ୭-୦ ଗୋଲରେ ମାଲେସିଆକୁ ପରାସ୍ତ କରିଥିବାବେଳେ ୧-୪ ଗୋଲରେ ଜର୍ମାନୀ ନିକଟରୁ ପରାସ୍ତ ହୋଇଥିଲା। ଅନ୍ତିମ ଲିଗ୍‍ ମ୍ୟାଚରେ ପାକିସ୍ତାନକୁ ୫-୧ ଗୋଲରେ ପରାସ୍ତ କରିଛି। ଦଳ ପକ୍ଷରୁ ଜେରନ ହଜବର୍ଗର ୩ଟି, ମିର୍କୋ ପୂଜସର, ଜୋରିଟ୍‍ କ୍ରୋନ ପ୍ରମୁଖ ଗୋଲ ଦେବାରେ ସକ୍ଷମ ହୋଇଛନ୍ତି। ଅଧିନାୟକ ବିଲି ବାକର କାନାଡ଼ାକୁ ପରାସ୍ତ କରି କ୍ୱାର୍ଟର ଫାଇନାଲ ଖେଳିବାର ଲକ୍ଷ୍ୟ ରଖିଛି। ପ୍ରଶିକ୍ଷକ ମାକ୍ସ କାଲଦାସ କାନାଡାକୁ ସହଜରେ ପରାସ୍ତ କରିବା ନେଇ ଲକ୍ଷ୍ୟ ରଖିଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories