ଖୁଣ୍ଟା : ଖୁଣ୍ଟା ଥାନା ଅଧୀନ ପୁରୁଣାପାଣି ବଜାରର ହରିପ୍ରିୟା ଜୁଏଲର୍ସ ର ମାଲିକ ରୁଦ୍ର ଜେନା ସୋମବାର ରାତିରେ ଆତ୍ମହତ୍ୟା କରିଛନ୍ତି। ସେ ନିଜ ପରିବାର ସହ ଭଡା ଘରେ ରହୁଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଡୁକୁରା ଡାକ୍ତରଖାନାକୁ ଆଣିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ କରୁଛି। ତେବେ ଆତ୍ମହତ୍ୟା କରିବାର କାରଣ ଅସ୍ପଷ୍ଟ ରହିଛି।
Popular Categories



