www.samajalive.in
Saturday, December 13, 2025
21.1 C
Bhubaneswar

ରୋଗୀଙ୍କ ଜୀବନକୁ ନେଇ ଖେଳ, ତଦନ୍ତ ପାଇଁ ଜିଲାପାଳଙ୍କ ନିକଟରେ ଦାବୀ

ଧାମରା: ବାଂଶଡା ଥାନା ଅର୍ନ୍ତଗତ ଜଳେଶ୍ୱରପୁରର ରମାକାନ୍ତ ଭୋଳ ଭୁଲ ଇଞ୍ଜେକସେନ ଦେଇ ଅପରେସନ କରାଇଥିବା ଡାକ୍ତରଙ୍କ ବିରୁଦ୍ଧରେ ଦୃଢ କାଯ୍ୟାନୁଷ୍ଠାନ ପାଇଁ ଭଦ୍ରକ ଜିଲାପାଳଙ୍କ ନିକଟରେ ଦାବୀପତ୍ର ପ୍ରଧାନ କରିଛନ୍ତି। ପ୍ରାପ୍ତ ଖବରରୁ ଜଣାଯାଇଛି ରମାକାନ୍ତ ଭୋଳଙ୍କ ଭଉଣି ସ୍ୱର୍ଣ୍ଣପ୍ରଭା ଭୋଳଙ୍କ ବେକପାଖ ହାଡ ଭାଙ୍ଗି ଯାଇଥିବାରୁ ସେ ଭଦ୍ରକର ସରକାରୀ ଚିକିତ୍ସକ ଡା.ବିଶ୍ୱଜିତ ରାୟଙ୍କ ସହ ଦେଖା କରିବା ପରେ ସେ ଅପରେସନ ପାଇଁ ଭଦ୍ରକ ଚାନ୍ଦ ନର୍ସିଂ ହୋମକୁ ନେବାକୁ କହିଥିଲେ।

ସଂପୃକ୍ତ ଡାକ୍ତର ଜଣକ ୧ ଡିସେମ୍ବର ୨୦୨୩ ରାତି ୮ଟା ସମୟରେ ଅପରେସନ ମଧ୍ୟ କରିଥିଲେ। ଅପରେସନ କରିବାର ଦୀର୍ଘ ୩ଘଣ୍ଟା ପରେ ପରେ ସଂପୃକ୍ତ ରୋଗୀର ଚେତା ନ ଆସିବାରୁ ରମାକାନ୍ତ ଭୋଳଳ କାହିଁକି ତାଙ୍କ ଭଉଣୀର ଚେତା ଫେରୁ ନାହିଁ ବୋଲି ସଂପୃକ୍ତ ଡାକ୍ତରଙ୍କୁ ପଚାରିଥିଲେ, ମାତ୍ର ଡାକ୍ତର ଜଣକ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରି ନଥିଲେ। ରୋଗୀର ଚେତା ନ ଫେରିବାରୁ ସେହିଦିନ ମଧ୍ୟ ରାତ୍ରିରେ ରମାକାନ୍ତ ଭଦ୍ରକ ଆରକ୍ଷୀ ଅଧୀକ୍ଷକଙ୍କୁ ଫୋନ କରି ତାଙ୍କ ସହାୟତାରେ ଏକ ଆମ୍ବୁଲାନ୍ସ ଯୋଗେ ସେ ନିଜର ଭଉଣୀକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ।

- Advertisement -

ସ୍ୱର୍ଣ୍ଣପ୍ରଭା ଦୀର୍ଘ ୧ମାସରୁ ଉର୍ଧହେବ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେ କୋମାରେ ଅଛନ୍ତି। କଟକ ବଡ ମେଡିକାଲ ଡାକ୍ତରଙ୍କ କହିବାନୁଯାୟୀ ଭଦ୍ରକ ଚାନ୍ଦ ନସିଁ ହୋମର ନିଶା ଡାକ୍ତର ଜଣକ ଠିକ ପରିମାଣ ଠାରୁ ଅଧିକ ପରିମାଣରେରେ ନିଶା ଇଞ୍ଜେକସନ ସଂପୃକ୍ତ ରୋଗୀଙ୍କୁ ଦେଇଥିବାରୁ ସେ ଆଜି ପର୍ଯ୍ୟନ୍ତ କୋମାରେ ଅଛନ୍ତି।

ଏଣୁ ସଂପୃକ୍ତ ନିଶାଡାକ୍ତର ଏବଂ ଅପରେସନ କରାଇଥିବା ଡାକ୍ତରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରମାକାନ୍ତ ଭୋଳ ଭଦ୍ରକ ଜିଲାପାଳ ଓ ଭଦ୍ରକ ମୁଖ୍ୟଚିକିତ୍ସା ଧିକାରୀଙ୍କୁ ଭେଟି ଏକ ଦାବୀପତ୍ର ପ୍ରଧାନ କରିବା ସହ ସଂପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ରଖିଛନ୍ତି। ଏ ବାବଦରେ ଭଦ୍ରକ ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ ଏହି ଅଭିଯୋଗ ପାଇଛନ୍ତି ଏବଂ ଏହାର ତଦନ୍ତ ପରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମତ ରଖିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

Related Articles

Popular Categories