www.samajalive.in
Saturday, December 13, 2025
26.1 C
Bhubaneswar

ଲୋକସଭା ନିର୍ବାଚନ ପୂର୍ବରୁ ଆଇଏନ୍‌ଡିଆଇଏ ମେଣ୍ଟକୁ ବଡ ଝଟକା- ହାତ ଛାଡି ଦେଲା ଏହି ଦଳ

ନୂଆଦିଲ୍ଲୀ- ଏନ୍‌ଡିଏ ସରକାରଙ୍କ ବିରୋଧରେ ବିରୋଧିମାନେ ମିଳିତ ଭାବେ ନିର୍ବାଚନ ଲଢିବା ପାଇଁ ଆଇଏନ୍‌ଡିଆଇଏ ମେଣ୍ଟ ଗଠନ କରିଥିଲେ । ମାତ୍ର ଦିନକୁ ଦିନ ଗୋଟିଏ ପରେ ଗୋଟି ଦଳ ମେଣ୍ଟରୁ ଓହରିବାରେ ଲାଗିଛନ୍ତି । ବିହାରରେ ନୀତିଶ କୁମାର ପୁଣି ଏନ୍‌ଡିଏର ହାତ ଥାପୁଡାଇଥିବା ବେଳେ ମମତା ମେଣ୍ଟରୁ ଓହରି ଏକାକି ନିର୍ବାଚନ ଲଢିବେ ବୋଲି କହିଛନ୍ତି ।

ଏବେ ଆମ୍‌ ଆଦମୀ ଦଳର ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ୍‌ ତାଙ୍କ ଦଳ ଏକାକୀ ପଞ୍ଜାବର ସମସ୍ତ ଲୋକସଭା ଆସନରୁ ନିର୍ବାଚନ ଲଢିବ ବୋଲି ସୂଚନା ଦେଇଛନ୍ତି । ପଞ୍ଜାବର ୧୩ଟି ଲୋକ ସଭା ଆସନରେ ଆପ୍‌ ନିଜ ପ୍ରାର୍ଥୀଙ୍କୁ ସୁଯୋଗ ଦେବ ବୋଲି ପ୍ରକାଶ କରିଛି । ଆପ୍‌, ଆଇଏନ୍‌ଡିଆଇଏ ମେଣ୍ଟକୁ ସହଯୋଗ କରୁ ନଥିବା ସ୍ପଷ୍ଟ ହୋଇଛି ।

- Advertisement -

ଖୁବଶୀଘ୍ର ଦଳ ପଞ୍ଜାବର ସମସ୍ତ ଆସନରେ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବୋଲି ସୂଚନା ମିଳିଛି । ଗତ ବିଧାନସଭା ନିର୍ବାଚନରେ ଆପ୍‌ ୧୧୭ଟି ଆସନରୁ ୯୨ ଆସନରେ ବିଜୟ ଲାଭ କରିଥିଲା ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories