www.samajalive.in
Monday, December 8, 2025
13.1 C
Bhubaneswar

ବିଶ୍ବ ବଜାରରେ ଲଞ୍ଚ୍‌ ପୂର୍ବରୁ ସାମ୍ନାକୁ ଆସିଲା ଅକ୍ଟାଭିଆ ଫେସଲିଫ୍ଟର ଡିଜାଇନ୍‌ ସ୍କେଚ୍‌

ନୂଆଦିଲ୍ଲୀ: ସ୍କୋଡା ଏହାର ଅକ୍ଟାଭିଆ ଫେସଲିଫ୍ଟ ଏଡିସନକୁ ଆସନ୍ତା ଫେବୃଆରୀ ୧୪ରେ ବିଶ୍ବ ବଜାରରେ ଲଞ୍ଚ୍‌ କରିବ। କମ୍ପାନୀ ଏହାର ଅନେକ ସ୍କେଚ୍‌ ଜାରି କରିଛି, ଯେଉଁଥିରେ ୨୦୨୪ ସ୍କୋଡା ଅକ୍ଟାଭିଆର ଆକର୍ଷଣୀୟ ଷ୍ଟାଇଲ ଦେଖିବାକୁ ମିିଳିଛି। କମ୍ପାନୀ ଏହା ମଧ୍ୟ କହିଛି ଯେ, ନୂଆ ଅକ୍ଟାଭିଆକୁ ସ୍ପୋର୍ଟଲାଇନ୍ ଏବଂ ଭିଆରଏସ ଭାରିଏଣ୍ଟ ସହ ଲଞ୍ଚ୍‌ କରାଯିବ।

୨୦୨୪ ସ୍କୋଡା ଅକ୍ଟାଭିଆ ଏକ ନିଖୁଣ ଲୁକ୍‌ ସହ ଆସିବ, ଯେଉଁଥିରେ ନୂତନ ଭାବରେ ଡିଜାଇନ୍ ହୋଇଥିବା ବମ୍ପର ଏବଂ ଏକ ନୂତନ ଫ୍ରଣ୍ଟ ଗ୍ରିଲ୍ ରହିଛି। ଏହି ସେଡାନ୍‌ ନୂଆ ଷ୍ଟାଇଲର ଏଲଇଡି ମ୍ୟାଟ୍ରିକ୍ସ ବିମ୍ ହେଡଲାଇଟ୍ ସହିତ ନୂଆ ଆଲୋକ ବ୍ୟବସ୍ଥା ସହିତ ସୁସଜ୍ଜିତ। କମ୍ପାନୀ କହିଛି ଯେ, ‘‘ଏଥିରେ ଏବେ କ୍ରିଷ୍ଟାଲିନିୟମ୍ ସାମିଲ କରାଯାଇଛି, ଯାହା ହେଡଲାଇଟ୍ ହାଉସିଙ୍ଗର ଭିତର ଅଂଶକୁ ଏକ ସ୍ବତନ୍ତ୍ର ନୀଳ ରଙ୍ଗ ଦେଇଥାଏ ଓ ଗାଡ଼ିର ଲୁକ୍‌କୁ ଆହୁରି ଆକର୍ଷଣୀୟ କରିଥାଏ।

- Advertisement -

ସ୍କୋଡା ଏପର୍ଯ୍ୟନ୍ତ ଏହି ଗାଡ଼ିର ଇଞ୍ଜିନ ବିବରଣୀ ପ୍ରକାଶ କରିନାହିଁ, କିନ୍ତୁ ଆଶା କରାଯାଉଛି ଯେ ନୂଆ ଅକ୍ଟାଭିଆରେ ୧.୫ ଲିଟର ଟର୍ବୋଚାର୍ଜ ପେଟ୍ରୋଲ, ୨.୦ ଲିଟର ଟର୍ବୋ ଡିଜେଲ ଏବଂ ଉଚ୍ଚ କ୍ଷମତାସମ୍ପନ୍ନ ପାୱାରଟ୍ରେନ ମିଳିବ। ନୂଆ ଅକ୍ଟାଭିଆରେ ପ୍ଲଗ୍-ଇନ୍ ହାଇବ୍ରିଡ୍ ପାୱାର୍ ଟ୍ରେନ୍ ସୁବିଧା ମଧ୍ୟ ମିଳିପାରେ। ପ୍ଲଗ୍‌ ଇନ୍‌ ହାଇବ୍ରିଡ଼୍‌ କିମ୍ବା ପିଏଚଇଭିରେ ଏକ ବୈଦ୍ୟୁତିକ ମୋଟର ସହିତ ୧.୫ ଲିଟର ଚାରି-ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ୍ ମିଳିବ, ଯାହା ୨୦୪ବିଏଚପି ଶକ୍ତି ଉତ୍ପାଦନ କରିବ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories