www.samajalive.in
Sunday, December 7, 2025
23.1 C
Bhubaneswar

ଫେସ୍‌ବୁକ୍‌ ଲାଇଭରେ ଉଦ୍ଧବ ଦଳ ନେତାଙ୍କୁ ଗୁଳି କରି ହତ୍ୟା ମାମଲା; କ୍ରାଇମ ବ୍ରାଞ୍ଚକୁ ତଦନ୍ତ ଦାୟିତ୍ବ

ମୁମ୍ବଇ: ମୁମ୍ବଇରେ ଗୁରୁବାର ଶିବସେନା(ଉଦ୍ଧବ ବାଲାସାହେବ ଠାକରେ) ନେତା ଅଭିଷେକ ଘୋସାଲକରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଆଶ୍ଚର୍ଯ୍ୟକର କଥା ହେଉଛି, ସ୍ଥାନୀୟ ସାମାଜିକ କାର୍ଯ୍ୟକର୍ତ୍ତା ମୋରିସ୍‌ ନୋରୋହ୍ନା ଫେସବୁକ୍‌ ଲାଇଭ୍‌ ସମୟରେ ଏଭଳି ଭୟଙ୍କର ପଦକ୍ଷେପ ନେଇଛନ୍ତି। ଏହାପରେ ନୋରୋହ୍ନା ନିଜକୁ ମଧ୍ୟ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଏହି ମାମଲାରେ ରାଜ୍ୟ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ କରାଯାଉଛି। ଏସବୁ ମଧ୍ୟରେ ମାମଲାର ତଦନ୍ତ ଦାୟିତ୍ବ ମୁମ୍ବଇ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି।

ପୁଲିସ ସୂଚନା ମୁତାବକ, ଘୋସାଲକରଙ୍କୁ ଗୁଳି ବାଜିବା ପରେ ଉତ୍ତର ମୁମ୍ବଇର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣାର ଫେସ୍‌ବୁକ୍‌ ଲାଇଭ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ତେବେ ଘୋସାଲକର ଓ ନୋରୋହ୍ନାଙ୍କ ମଧ୍ୟରେ ପାରସ୍ପରିକ ଶତ୍ରୁତା ଥିବା କୁହାଯାଉଛି।

- Advertisement -

ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ଅଭିଷେକ ଘୋସାଲକରଙ୍କୁ ଚାରିଥର ଗୁଳି କରାଯାଇଥିଲା। ଅଭିଷେକଙ୍କ ପେଟ ଓ କାନ୍ଧରେ ଗୁଳି ବାଜିଥିଲା। ଆକ୍ରମଣକାରୀ ନୋରୋହ୍ନା ଏକ ବେଆଇନ ବନ୍ଧୁକ ବ୍ୟବହାର କରିଥିଲେ ଏବଂ ଘଟଣା ଘଟାଇବା ପରେ ସେ ନିଜକୁ ମଧ୍ୟ ଗୁଳି କରି ଦେଇଥିଲେ।

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories