www.samajalive.in
Monday, December 8, 2025
24.1 C
Bhubaneswar

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ମଧ୍ୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଜିଲା ପ୍ରଶାସନ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ବିଡ଼ିଓ ରାଜୀବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା ,ସମିତି ସଭ୍ୟା ମିନାକା ପଦ୍ମା, ଜିଲା ଭୀମଭୋଇ ଭିନ୍ନକ୍ଷମର ସଭାପତି ଶିଶିର କୁମାର ରାଉଳ ,ସମ୍ପାଦକ ଅମରେନ୍ଦ୍ର ନାଥ ,ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୀମାଞ୍ଚଳ ମହାପାତ୍ର ,ସ୍କିଲ ଟେନିଙ୍ଗି ସେଣ୍ଟରର କର୍ମଚାରୀ ବିଜୟ କୁମାର ମେଲକା ପ୍ରମୁଖ ଉପସ୍ଥିତ ରହି ଭିନ୍ନକ୍ଷମ ବିଷୟରେ ବୁଝାଇଥିଲେ । ସାମର୍ଥ୍ୟ ଶିବିରରେ ମୋଟ ୧୨୦ ଜଣ ଭିନ୍ନକ୍ଷମ ନାମ ପଞ୍ଜିକରଣ କରିଥିଲେ ।ବିଭିନ୍ନ ବିଭାଗର ଡାକ୍ତର ଏମ ସୁରେଶ କୁମାର, ଏଲ ପି ଦାସ ,ରଞ୍ଜନ କୁମାର ସାହୁ, ବି ବି ପଟ୍ଟନାୟକ ,ମୃତ୍ୟୁଞ୍ଜୟ ସାମଲ ,ଶୁପ୍ରଭା ପଣ୍ଡା, ମୀନକେତନ ଗମାଙ୍ଗ, ଭାମ୍ୟମାଣ ଡାକ୍ତର ରାଉତ ପ୍ରମୁଖ ଉପସ୍ଥିତ ରହି ରୋଗୀ ଚିକିତ୍ସା କରିଥିଲେ । ୱଇଲ ଚେୟାର ୨ ଜଣ ଓ ୨ଜଣଙ୍କୁ କାନ ଯନ୍ତ୍ର ପ୍ରଦାନ କରାଯାଇଛି । ୫୮ ଜଣଙ୍କ ଠାରୁ ବସ ଓ ଟ୍ରେନ ପାସ ପାଇଁ ଓ ୭ଜଣଙ୍କ ଡିଆରଆଇ ଋଣ ଫର୍ମ ଦେଇଥିବା ଦରଖାସ୍ତ ସଂଗ୍ରହ କରିଥିବା ବ୍ଲକ ପକ୍ଷରୁ ଜଣାପଡିଛି । ଏଥିରେ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ ଓ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଏହାକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବିଶ୍ୱଜିତ ସିଂ ସାମନ୍ତ ପରିଚାଳନା କରିଥିଲେ ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories