www.samajalive.in
Saturday, December 13, 2025
26.1 C
Bhubaneswar

୧୬୪୩ କିମି ଭାରତ-ମିଆଁମାର ସୀମାରେ ଲାଗିବ ବାଡ଼

ଡେସ୍କ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ୧୬୪୩ କିଲୋମିଟର ଦୀର୍ଘ ଭାରତ-ମିଆଁମାର ସୀମାରେ ବାଡ଼ ଲଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି, ସୀମାରେ ଏକ ପାଟ୍ରୋଲିଂ ଟ୍ରାକ୍ ନିର୍ମାଣ କରାଯିବ, ଯାହା ଦ୍ୱାରା ଉତ୍ତମ ତଦାରଖ ସମ୍ଭବ ହେବ।

ଏକ ସୋସିଆଲ ମିଡିଆ ପୋଷ୍ଟରେ ଶ୍ରୀ ଶାହ କହିଛନ୍ତି, ମଣିପୁରର ମୋରେଠାରେ ୧୦ କିଲୋମିଟର ସୀମା ବାଡ଼ ଲଗାଯାଇଛି। ଏହାବ୍ୟତୀତ ହାଇବ୍ରିଡ୍ ସର୍ଭିଲାନ୍ସ ସିଷ୍ଟମ ଜରିଆରେ ବାଡ଼ ଲଗାଇବା ପାଇଁ ଦୁଇଟି ପାଇଲଟ୍ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଗୃହମନ୍ତ୍ରୀ କହିଛନ୍ତି, ଏହି ସବୁ ପ୍ରକଳ୍ପ ଅଧୀନରେ ଅରୁଣାଚଳ ପ୍ରଦେଶ ଓ ମଣିପୁରରେ ପ୍ରତ୍ୟେକ ଏକ କିଲୋମିଟର ସୀମା ବାଡ଼ ନିର୍ମାଣ କରାଯିବ। ଏହାବ୍ୟତୀତ ମଣିପୁରରେ ପ୍ରାୟ ୨୦ କିଲୋମିଟର ସୀମାରେ ବାଡ଼ ଲଗାଇବାକୁ ମଞ୍ଜୁରି ମିଳିଛି ଏବଂ ଖୁବ୍ ଶୀଘ୍ର କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories