www.samajalive.in
Wednesday, December 10, 2025
16.1 C
Bhubaneswar

ଆସିଲା ‘ଲାଲ ସଲାମ’ ଟ୍ରେଲର; ଦର୍ଶକଙ୍କ ଉତ୍ସାହ ବଢାଇଲା କପିଲ ଦେବଙ୍କ ଝଲକ୍‌

ହାଇଦରାବାଦ: ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ବର୍ଯ୍ୟାଙ୍କ ନିର୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ‘ଲାଲ ସଲାମ’ ମୁକ୍ତିଲାଭ କରିବାକୁ ଆଉ ମାତ୍ର କିଛି ଦିନ ବାକି। ଇତି ମଧ୍ୟରେ ନିର୍ମାତା ଏହା ଟ୍ରେଲର ରିଲିଜ୍‌ କରିଛନ୍ତି, ଯାହା ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ୍‌ ହୋଇଛି। ଫିଲ୍ମରେ ବିକ୍ରାନ୍ତ ଓ ବିଷ୍ଣୁ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ରଜନୀକାନ୍ତ ମଧ୍ୟ ତାଙ୍କ ଝିଅ ଫିଲ୍ମରେ ନଜର ଆସିବେ। ତେବେ ଚଳଚ୍ଚିତ୍ରରେ ତାଙ୍କୁ ସ୍ବଳ୍ପ ସମୟ ପାଇଁ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି।

ଟ୍ରେଲର ତାମିଲ ଭାଷାରେ ମୁକ୍ତିଲାଭ କରିଛି, ​​ଯାହା କ୍ରିକେଟ୍ ଡ୍ରାମା ସହିତ ଧର୍ମ, ରାଜନୀତି ଏବଂ କ୍ଷମତା ଭଳି ବିଷୟବସ୍ତୁକୁ ଦର୍ଶାଇଛି। ଚଳଚ୍ଚିତ୍ରର ମୁଖ୍ୟ କଳାକାର ବିକ୍ରାନ୍ତ ଓ ବିଷ୍ଣୁ ବିଶାଲଙ୍କୁ କ୍ରିକେଟର ଭୂମିକାରେ ଦେଖିବାକୁ ମିଳିଛି। ଟ୍ରେଲରରେ କ୍ରିକେଟ କିମ୍ବଦନ୍ତୀ କପିଲ ଦେବଙ୍କ ଝଲକ୍‌ ମଧ୍ୟ ଦେଖିବାକୁ ମିଳିଛି। ଓସ୍କାର ବିଜେତା ସଙ୍ଗୀତକାର ଏଆର ରହମାନ ଏଥିରେ ସଙ୍ଗୀତ ଦେଇଛନ୍ତି। ଫେବୃଆରୀ ୯ ତାରିଖରେ ତାମିଲ, ତେଲୁଗୁ, ହିନ୍ଦୀ, ମାଲାୟାଲମ ଓ କନ୍ନଡ଼ ଭାଷାରେ ପ୍ରୋକ୍ଷାଳୟକୁ ଆସିବ ‘ଲାଲ ସଲାମ’ ।

- Advertisement -

https://youtu.be/-lpb8tNFvYA

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories