www.samajalive.in
Saturday, December 13, 2025
21.1 C
Bhubaneswar

ବିଳମ୍ବ ହେବ କିଷନଙ୍କ ପ୍ରତ୍ୟାବର୍ତ୍ତନ

ବିଶାଖାପାଟଣା: ୱିକେଟରକ୍ଷକ/ବ୍ୟାଟସମ୍ୟାନ ଈଶାନ କିଷନଙ୍କ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ ବିଳମ୍ବ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼। ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳ ବିଜୟୀ ହୋଇଛି। ଟେଷ୍ଟ ଶୃଙ୍ଖଳାର ବାକି ୩ଟି ମ୍ୟାଚ୍‌ ପାଇଁ ଭାରତୀୟ ଦଳ ଘୋଷଣା ହେବ। ଏହି ଦଳରେ ଈଶାନ କିଷନଙ୍କୁ ସାମିଲ କରାଯିବା ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଦ୍ରାବିଡ଼ କହିଥିଲେ କିଷନଙ୍କ ସହ ଭାରତୀୟ ଦଳର ମ୍ୟାନେଜମେଣ୍ଟ ଯୋଗାଯୋଗ ରକ୍ଷା କରିଛି। ତେବେ କିଷନ କ୍ରିକେଟ୍‌କୁ ଫେରିବାକୁ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ନ ଥିବାରୁ ଭାରତୀୟ ଦଳକୁ ତାଙ୍କ ପ୍ରତ୍ୟାବର୍ତ୍ତନ ବିଳମ୍ବ ହେବ। କିଛିଦିନ ବିରତି ପାଇଁ କିଷନ ଭାରତୀୟ ଦଳ ମ୍ୟାନେଜମେଣ୍ଟକୁ ଅନୁମତି ମାଗିଥିଲେ। ତାଙ୍କୁ ବିରତି ନେବାକୁ ଅନୁମତି ମିଳିଛି। ସେ କେବେ କ୍ରିକେଟକୁ ଫେରିବେ ସେ ସମ୍ପର୍କରେ ନିଷ୍ପତ୍ତି କିଷନ ନେବେ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories