www.samajalive.in
Sunday, December 7, 2025
26.1 C
Bhubaneswar

ନିଆଁ ଆଁରେ ଜଙ୍ଗଲ ; ବଢି ଚାଲିଛି ମୃତ୍ୟୁ ସଂଖ୍ୟା , ଏଯାଏଁ ୧୨୦ ମୃତ 

ସାଣ୍ଟିଆଗୋ: ଜଳୁଛି ଜଙ୍ଗଲ ବଢି ଚାଲିଛି ମୃତ୍ୟୁ ସଂଖ୍ୟା। ଚିଲି ଜଙ୍ଗଲରେ ଭୀଷଣ ନିଆଁ ଲାଗି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ନିଆଁର ତାଣ୍ଡବରେ ଏଯାଏଁ ୧୨୦ଲୋକଙ୍କ ଜୀବନ ଚାଲି ଯାଇଛି। ଅନେକ ଲୋକେ ଏଥିରେ ଆହତ ମଧ୍ୟ ହୋଇଛନ୍ତି। ସ୍ଥିତି ଜଟିଳ ହେବାକୁ ଆରମ୍ଭ କରିଥିବା ବେଳେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।
ସୂଚନା ଯୋଗ୍ୟ, ଚିଲିରେ ଭୟଙ୍କର ରୂପ ନେଉଛି ଜଙ୍ଗଲ ନିଆଁ। ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି। ହଜାର ହଜାର ଲୋକ ଏଥିରେ ନିଖୋଜ ଥିବା ସୂଚନା ମିଳିଛି। ନିଆଁ ଲାଗି ୧୪୦୦ ଘର ପୋଡି ପାଉଁଶ ହୋଇଯାଇଛି। ଜଙ୍ଗଲ ନିଆଁ ଜନିତ ଧୂଳି ଓ ଧୂଆଁରେ କେନ୍ଦ୍ରୀୟ ଚିଲିର ପ୍ରାୟ ୧୦ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଜଙ୍ଗଲ ନିଆଁକୁ ଲିଭାଇବା ଲାଗି ହେଲିକପ୍ଟର ଓ ଦମକଳ ନିୟୋଜିତ ହୋଇଛି। ପର୍ଯ୍ୟଟନ ସହର ଭିନା ଡେଲ ମାର ବନାଗ୍ନିରେ ସର୍ବାଧିକ ପ୍ରଭାବିତ ହୋଇଛି।ରାଷ୍ଟ୍ରପତି ଗାବ୍ରିଏଲ ବୋରିକ୍ କହିଛନ୍ତି, ଦେଶ ବଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଗତବର୍ଷ ଜଙ୍ଗଲ ନିଆଁ ଯୋଗୁଁ ୯ଲକ୍ଷ ୯୦ହଜାର ହେକ୍ଟର ଜଙ୍ଗଲ ପୋଡି ଯିବା ସହିତ ୨୭ଜଣ ଲୋକ ପ୍ରାଣ ହରାଇଥିଲେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories