www.samajalive.in
Sunday, December 14, 2025
26.1 C
Bhubaneswar

ଦ୍ୱିତୀୟ ଟେଷ୍ଟ ହାରିବା ପରେ ଭାରତ ଛାଡୁଛି ଇଂଲଣ୍ଡ ଟିମ୍‌, ବିରତି ନେଇ କରିବ ଅଭ୍ୟାସ

ବିଶାଖାପାଟଣା : ଭାରତ ଗସ୍ତରେ ଆସିଥିବା ଇଂଲଣ୍ଡ ଟିମ୍‌ ସିରିଜର ଦ୍ୱିତୀୟ ମ୍ୟାଚରେ ୧୦୬ ରନ୍‌ କରି ପରାସ୍ତ ହୋଇଥିଲା । ପ୍ରଥମ ମ୍ୟାଚର ପ୍ରଥମ ପାଳିରେ ଟିମ୍‌ ୧୯୦ ରନରେ ପଛୁଆ ଥିଲା । ସିରିଜର ତୃତୀୟ ମ୍ୟାଚରେ ଫେବୃୟାରୀରୁ ରାଜକୋଟରେ ଖେଳାଯିବାର ଥିଲା । କିନ୍ତୁ ମୁକାବିଲା ପୂର୍ବରୁ ଇଂଲଣ୍ଡ ଟିମ ଭାରତ ଛାଡିବାକୁ ନିଷ୍ପତ୍ତି ନେଇଛି ।

ଇଂଲଣ୍ଡ ଟିମ୍‌ ଭାରତ ବିରୁଦ୍ଧରେ ତୃତୀୟ ଟେଷ୍ଟ ପୂର୍ବରୁ ପୁଣି ଆବୁଧାବୀ ଯାଉଛି । ଏହି ଗସ୍ତ ପୂର୍ବରୁ ଟିମର କ୍ୟାମ୍ପ ଲାଗିଥିଲା । ବେନ୍‌ ଷ୍ଟୋକ୍ସଙ୍କ ଟିମ୍‌ ରାଜକୋଟରେ ୧୫ ଫେବୃୟାରୀରୁ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ ପୂର୍ବରୁ ଭାରତ ଫେରିବ । ଏହି ଜରୁରି ବ୍ରେକ୍‌ ସମୟରେ ଇଂଲଣ୍ଡର ଟିମ୍‌ ଗୋଲ୍ଫ ମଧ୍ୟ ଖେଳିବ । ଅତିଥି ଟିମ୍‌ ଦ୍ୱିତୀୟ ଏବଂ ତୃତୀୟ ଟେଷ୍ଟ ମଧ୍ୟରେ ୧୦ ଦିନର ବ୍ରେକର ସଠିକ୍‌ ଉପଯୋଗ ପାଇଁ ଆବୁଧାବୀ ଯିବାକୁ ନିଷ୍ପତ୍ତି ନେଇଛି ।
ଇଂଲଣ୍ଡ ଅଭ୍ୟାସ ମ୍ୟାଚ୍‌ ପାଇଁ ଭାରତ ଜଲଦି ପହଞ୍ଚିବା ବଦଳରେ ଆବୁଧାବୀରେ ଏକ ବ୍ୟାପକ ଅନୁକୂଳ ଶିବିର ସହିତ ଏହି ବହୁପ୍ରତିକ୍ଷୀତ ଟେଷ୍ଟ ସିରିଜର ପ୍ରସ୍ତୁତ କରିଛି । ସିରିଜ ପୂର୍ବରୁ ଆବୁଧାବୀ ଶିବିର ଗସ୍ତ ସମୟରେ ଇଂଲଣ୍ଡର ଟିମ୍‌ ଭାରତୀୟ ସ୍ପିନରଙ୍କ ମୁକାବିଲା କରିବା ପାଇଁ ଅଧିକ ଅଭ୍ୟାସ କରିବେ ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories