www.samajalive.in
Sunday, December 14, 2025
23.1 C
Bhubaneswar

ଭାରତୀୟ ସେନାରେ ସାମିଲ ହେବ ଜେଟପ୍ୟାକ୍ ସୁଟ୍, ପ୍ରସ୍ତୁତ କରିବ ଡିଆରଡିଓ

ନୂଆଦିଲ୍ଲୀ : ଭାରତୀୟ ଯବାନଙ୍କ ପାଇଁ ଡିଆରଡିଓ ଜେଟପ୍ୟାକ୍ ସୁଟ୍ ପ୍ରସ୍ତୁତ କରିବାକୁ ଯାଉଛି । ଏହାକୁ ପିନ୍ଧି ଯବାନ ଯବାନ ଉଡିପାରିବା ସହିତ ଅପରେସନ କରିପାରିବେ । ଆଜି ପର୍ଯ୍ୟନ୍ତ କେବଳ ବ୍ରିଟେନର ଏକ କମ୍ପାନୀ ହିଁ ଏହି ପ୍ରକାର ସୁଟ୍ ପ୍ରସ୍ତୁତ କରିପାରିଛି ।  ସମସ୍ତ ଦେଶ ଏହି କମ୍ପାନୀଠୁ ଏହି ସୁଟ୍ ନିଜ ସେନାଙ୍କ ପାଇଁ କିଣିଥାନ୍ତି ।

ପ୍ରତିରକ୍ଷା ମନ୍ତ୍ରାଳୟର ଏକ ଦସ୍ତାବେଜ ଅନୁସାରେ ଡିଆରଡିଓ ଜେଟପ୍ୟାକ୍ ସୁଟ୍ ପ୍ରସ୍ତୁତ ନେଇ ଏକ ଅଧ୍ୟୟନ ଆରମ୍ଭ କରିଛି । ତଦନୁସାରେ ସର୍ବପ୍ରଥମେ ଏହାର ପ୍ରୋଟୋଟାଇପ୍ ପ୍ରସ୍ତୁତ କରାଯାଉଛି । କିନ୍ତୁ ଏହି ପ୍ରୋଟୋଟାଇପ୍ ବଜାରରେ ଥିବା ସମସ୍ତ ଜେଟପ୍ୟାକ ଇଞ୍ଜିନଠୁ ଭିନ୍ନ ହେବ । ଏପର୍ଯ୍ୟନ୍ତ ଯେଉଁ ଜେଟ୍ ଇଞ୍ଜିନ୍ ବ୍ୟବହାର କରାଯାଉଛି ସେସମସ୍ତ ମାଇକ୍ରୋ ଗ୍ୟାସ୍ ଟର୍ବାଇନ୍ ଇଞ୍ଜିନ୍ ବିଶିଷ୍ଟ ହୋଇଥାଏ । କିନ୍ତୁ ଡିଆରଡିଓ ଗ୍ୟାସ୍ ଟର୍ବାଇନ୍ ଇଞ୍ଜିନ୍ ବଦଳରେ ବ୍ୟାଟେରୀ ଚାଳିତ ଇଲେକ୍ଟ୍ରୋ ଡକ୍ଟେଡ୍ ଫ୍ୟାନ୍ସ ପ୍ରସ୍ତୁତ କରିବ । ଏହାକୁ ‘’ଓ୍ବିୟେରବଲ୍ ହ୍ୟୁମାନ ଫ୍ଲାଇଟ୍ ପ୍ଲାଟଫର୍ମ’’ ନାଁ ଦିଆଯାଇଛି ।

- Advertisement -

ସୂଚନା ଅନୁସାରେ ଆଗାମୀ କିଛି ମାସରେ ଡିଆରଡିଓ ଦ୍ବାରା ଜେଟପ୍ୟାକ୍ ସୁଟ୍ ପ୍ରସ୍ତୁତ କରିବା ସମ୍ଭାବନା ରହିଛି । ଏହା ପରେ ସେନା ଦ୍ବାରା ଏହାର ପରୀକ୍ଷଣ କରାଯିବ । ସଫଳ ହେବା ପରେ ଏହାକୁ ଭାରତୀୟ ସେନାରେ ସାମିଲ କରାଯିବ । ଏବେ କେବଳ ବ୍ରିଟେନ୍, ଆମେରିକା, ଋଷ୍, ନ୍ୟୁଜିଲାଣ୍ଡ ଓ ଅନ୍ୟ କିଛି ହାତ ଗଣତି ଦେଶର ସେନା ଏହାକୁ ବ୍ୟବହାର କରୁଛନ୍ତି ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories