www.samajalive.in
Sunday, December 7, 2025
23.1 C
Bhubaneswar

୨ୟ ଟେଷ୍ଟରେ ଭାରତର ବୃହତ୍‌ ବିଜୟ; ୨୯୨ରେ ଅଲ୍‌ ଆଉଟ୍ ଇଂଲଣ୍ଡ

ବିଶାଖାପାଟଣା: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ବିଶାଖାପାଟଣାରେ ଖେଳାଯାଇଛି। ଏଥିରେ ଇଂଲଣ୍ଡକୁ ୧୦୬ ରନରେ ପରାସ୍ତ କରିଛି ଭାରତ। ଭାରତୀୟ ଦଳ ୩୯୯ର ବିଜୟ ଲକ୍ଷ୍ୟ ରଖିଥିବା ବେଳେ ୨୯୨ ରନ୍‌ରେ ଅଲ୍‌ ଆଉଟ୍ ହୋଇଛି ଇଂଲଣ୍ଡ। ଏହା ସହିତ ସିରିଜ୍‌ରେ ସ୍ଥିତି ୧-୧ ବରାବର କରିଛି ଭାରତ। ପ୍ରଥମ ଟେଷ୍ଟ ଜିତିଥିଲା ଇଂଲଣ୍ଡ।

ଇଂଲଣ୍ଡ ୩୯୯ ରନ୍‌ର ବିଜୟ ଲକ୍ଷ୍ୟ ପାଇଥିବା ବେଳେ ଦଳର କୌଣସି ଖେଳାଳି ବଡ଼ ସ୍କୋର କରିପାରି ନଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ଓ ରବିଚନ୍ଦ୍ରନ ଅଶ୍ୱିନ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ମୁକେଶ କୁମାର, କୁଲଦୀପ ଯାଦବ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଓପନର ଜ୍ୟାକ୍ କ୍ରାଉଲୀ ସର୍ବାଧିକ ୭୩ ରନ୍ କରିଥିଲେ। ବେନ୍‌ ଡକେଟ୍‌ ୨୮ ରନ୍ କରିଥିବା ବେଳେ ରେହାନ ଅହମଦ ୨୩, ଓଲି ପପ୍‌ ୨୩, ଜୋ ରୁଟ୍ ୧୬, ଜନି ବେୟାରଷ୍ଟୋ ୨୬ ଓ ଅଧିନାୟକ ବେନ୍ ଷ୍ଟୋକ୍ସ ୧୧ ରନ୍ କରି ଆଉଟ୍ ହୋଇଯାଇଥିଲେ। ବେନ୍ ଫୋକ୍‌ସ ଓ ଟମ୍ ହାର୍ଟଲୀ ବେଶ୍ କିଛି ସମୟ ଧରି ପାଳିକୁ ସମ୍ଭାଳି ଥିଲେ ସତ, କିନ୍ତୁ ସେମାନେ ଦଳକୁ ଜିତାଇବାରେ ସକ୍ଷମ ହୋଇ ନଥିଲେ। ଜେମ୍‌ସ ଆଣ୍ଡରସନ୍ ୫ ରନ୍ କରି ଅପରାଜିତ ରହିଥିବାବେଳେ ଶୋଏବ ବଶୀର ଖାତା ଖୋଲି ପାରି ନଥିଲେ।

- Advertisement -

 

 

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories