www.samajalive.in
Sunday, December 7, 2025
15.1 C
Bhubaneswar

ସାବଧାନ.. ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରୁଥିଲେ ଆଉ ତ୍ରାହି ନାହିଁ,ଜାମିନ୍‌‌ ବି ମୁସ୍କିଲ୍‌‌..

ନୂଆଦିଲ୍ଲୀ : ସର୍ବସାଧାରଣଙ୍କ ସମ୍ପତ୍ତିକୁ ନଷ୍ଟ କିମ୍ବା କ୍ଷତି ପହଞ୍ଚାଇଲେ ଉପଯୁକ୍ତ ଶିକ୍ଷା ଦେବା ପାଇଁ ,ଉପଦେଶ ଦେଇ ବିଧି ଆୟୋଗ କେନ୍ଦ୍ର ସରକାରଙ୍କୁ ଅନେକ ସୁପାରିଶ କରିଛନ୍ତି। ଆୟୋଗ କହିଛନ୍ତି, ସର୍ବସାଧାରଣଙ୍କ ସମ୍ପତ୍ତିିକୁ କ୍ଷତି ପହଞ୍ଚାଇବା ମାମଲାରେ ଅଭିଯୁକ୍ତଙ୍କୁ ସେ ପର୍ଯ୍ୟନ୍ତ ଜାମିନ୍‌‌ ମିଳିବ ନାହିଁ ଯେଉଁ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ଦ୍ୱାରା ସମାନ ପରିମାଣର ଟଙ୍କା ଜମା କରାଯିବ ନାହିଁ। ଏହାସହ ଆୟୋଗ ପିଡିପିପି ଅଧିନିୟମରେ ସଂଶୋଧନ କରିବା ପାଇଁ ମତ ଦେଇଛନ୍ତି।
ଆୟୋଗ କହିଛନ୍ତି, ସାର୍ବଜନିକ ସମ୍ପତ୍ତିର କ୍ଷତି କରୁଥିବା ବ୍ୟକ୍ତି ବିଶେଷଙ୍କ ଜାମିନ ସର୍ତ୍ତ କଠୋର ହେବା ଆବଶ୍ୟକ। ଯେଉଁ ପର୍ଯ୍ୟନ୍ତ ଅଭିଯୁକ୍ତ ସାର୍ବଜନିକ ସମ୍ପତ୍ତିର ମୂଲ୍ୟ ଜମା କରି ନାହାଁନ୍ତି,ସେମାନଙ୍କୁ ଜାମିନ୍‌‌ ମିଳିବ ନାହିଁ। କେନ୍ଦ୍ର ସରକାର ୨୦୧୫ରେ ପିଡିପିପି ଅଧିନିୟମରେ ପରିବର୍ତ୍ତନ ପାଇଁ ଏକ ପ୍ରସ୍ତାବ ରଖିଛନ୍ତି। ଗୃହ ମନ୍ତ୍ରାଳୟ ୨୦୧୫ର ଏକ ଘଟଣା ସାମ୍ନାକୁ ଆଣିଛନ୍ତି। ଏହା ଉପରେ ଆପତ୍ତି ଓ ପରାମର୍ଶ ମାଗିଥିଲେ। ମାତ୍ର ମୂଳ ଅଧିନିୟମରେ ସଂଶୋଧନର ପ୍ରସ୍ତାବକୁ ଆଗକୁ ବଢା ଯାଇ ନାହିଁ। ଆୟୋଗ ନିଜ ରିପୋର୍ଟରେ କହିଛନ୍ତି, ଏହାକୁ ଅଣଦେଖା କରାଯାଇ ପାରିବ ନାହିଁ । ଆମ ଦେଶରେ ସର୍ବସାଧାରଣଙ୍କ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ଘଟଣା ଦୁର୍ଭାଗ୍ୟବଶତଃ ଅନେକ ସଂଖ୍ୟାରେ ରହିଛି, ଏହା ଜାରି ମଧ୍ୟ ରହିଛି।
ଆୟୋଗ କହିଛନ୍ତି, ସର୍ବସାଧାରଣଙ୍କ ସମ୍ପତ୍ତିର ସୁରକ୍ଷା ପ୍ରତ୍ୟେକ ନାଗରିକଙ୍କର ମୌଳିକ କର୍ତ୍ତବ୍ୟ। ଏହାସହ ଏହାର ସୁରକ୍ଷା କରିବା ସଭିଁଙ୍କ ପାଇଁ ଜରୁରୀ। ଏହା ମଧ୍ୟ କୁହାଯାଇଛି, ସର୍ବସାଧାରଣଙ୍କ ସମ୍ପତ୍ତିକୁ କାହାରିକୁ ମଧ୍ୟ ନଷ୍ଟ କରିବାକୁ ଅନୁମତି ଦିଆଯାଇ ନାହିଁ। ଏହାର କାରଣ କିଛି ମଧ୍ୟ ଥାଉ। ଆୟୋଗ କହିଛନ୍ତି, ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ସହଜ। ମାତ୍ର ଏହାକୁ ତିଆରି କରିବା ସହଜ ନୁହେଁ। ସର୍ବସାଧାରଣଙ୍କ ସମ୍ପତ୍ତି ରାଷ୍ଟ୍ରୀୟ ସମ୍ପତ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ରହିବା ସହ ଏଥିରେ ପ୍ରତ୍ୟେକ ନାଗରିକଙ୍କ ଭାଗ ରହିଛି। ଆୟୋଗ ଦ୍ୱାରା ସରକାରଙ୍କୁ ପଠାଯାଇଥିବା ରିପୋର୍ଟରେ ସର୍ବସାଧାରଣ ସମ୍ପତ୍ତିକୁ ନଷ୍ଟକୁ ଗମ୍ଭୀରତା ସହ ନେବା ଆବଶ୍ୟକ ଓ ଦୋଷୀଙ୍କୁ ଦଣ୍ଡିତ କରାଯିବା ଉଚିତ୍‌‌ ବୋଲି ଉଲ୍ଲେଖ ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories