www.samajalive.in
Wednesday, December 10, 2025
26.1 C
Bhubaneswar

ଆଶ୍ଚର୍ଯ୍ୟକର ଡକାୟତି: ଚୋର ଆଉ କେହି ନୁହେଁ, ନିଜ ଘରୁ ସୁନାଗହଣା ଲୁଟିଲା ଝିଅ

ଦିଲ୍ଲୀ: ଦିଲ୍ଲୀ ଉତ୍ତମନଗର ପୁଲିସକୁ ବଡ ସଫଳତା ମିଳିଛି। ଡକାୟତି ଅଭିଯୋଗରେ ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ତେବେ ସବୁଠାରୁ ବଡ ଆଶ୍ଚର୍ଯ୍ୟକର ଘଟଣା ହେଉଛି ଚୋର ଆଉ କେହି ନୁହେଁ , ସେ ହେଉଛି ସେ ଘରର ଝିଅ। ଅଭିଯୋଗ ଆଣିଥିବା ମହିଳା ଜଣକ କହିଛନ୍ତି ଜଣେ ମହିଳା ବୁର୍ଖା ପିନ୍ଧି ଘରେ ପ୍ରବେଶ କରି ସୁନା , ରୂପା ଏବଂ ନଗଦ କିଛି ଟଙ୍କା ଚୋରି କରୁଥିଲେ ।  ପରେ ଯେତେବେଳେ ମହିଳାଙ୍କ ଅଭିଯୋଗକ୍ରମେ ପୁଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କଲା , ଡକାୟତିର ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଲା। ଜାନୁଆରୀ ୩୦ ତାରିଖରେ ଏହି ଘଟଣା ଘଟିଥିଲା। ଦିଲ୍ଲୀର ଉତ୍ତମନଗରର ସେବକ ପାର୍କ ଅଞ୍ଚଳରେ ରହୁଥିବା କମଲେଶ ନାମକ ଜଣେ ମହିଳା ତାଙ୍କ ଘରେ ଘଟିଥିବା ଡକାୟତି ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ। ମହିଳା ଜଣକ କହିଥିଲେ ଯେ ତାଙ୍କ ଝିଅର ବିବାହ ଥିଲା।  ଘରେ ଅଳଙ୍କାର ଏବଂ ନଗଦ ଟଙ୍କା ଲୁଟ କରାଯାଇଥିଲା।

କମଲେଶ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଜାନୁୟାରୀ ୩୦ ତାରିଖ ଅପରାହ୍ନ ସମୟରେ ତାଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ରୂପା ଅଳଙ୍କାର ଏବଂ ୨୫ ଟଙ୍କା ନଗଦ ଟଙ୍କା ଚୋରି ହୋଇଥିଲା। ସିସି ଟିଭି ଫୁଟେଜ୍ ଏବଂ ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ କରିଥିଲା। ପରେ ଏହି ଘଟଣାରେ ପୁଲିସ କମଲେଶଙ୍କ ୩୧ ବର୍ଷୀୟ ଝିଅ ଶ୍ବେତାକୁ ଗିରଫ କରିଥିଲା। ଦିଲ୍ଲୀ ପୁଲିସର କହିବା ଅନୁଯାୟୀ ଶ୍ବେତା ଇର୍ଷା ଏବଂ ଲୋଭର ବଶବର୍ତ୍ତୀ ହୋଇ ଏହି ଚୋରି କରିଛନ୍ତି। ସେପଟେ ଶ୍ବେତାଙ୍କ କହିବା ଅନୁଯାୟୀ ତାଙ୍କ ମାଆ ସାନ ଭଉଣୀକୁ ବେଶି ଭଲପାଆନ୍ତି। ତେଣୁ ତାଙ୍କ ବାହାଘରକୁ ଭଣ୍ଡୁର କରିବା ପାଇଁ ସେ ଅଳଙ୍କାର ଚୋରି କରିଥିଲେ। ଶ୍ବେତା ଏହା ମଧ୍ୟ ସ୍ବୀକାର କରିଛନ୍ତି ଯେ ତାଙ୍କ ଉପରେ କିଛି କରଜ ଥିଲା। ଯାହାକୁ ନେଇ ସେ ଏଭଳି ଯୋଜନା କରିଥିଲେ। ସେ ଯେଉଁ ଅଳଙ୍କାର ଚୋରି କରିଛନ୍ତି , ସେଥିରେ ତାଙ୍କର ମଧ୍ୟ କିଛି ଅଳଙ୍କାର ରହିଛି। ଯାହାକୁ ସେ ନିଜ ମାଆଙ୍କୁ ରଖିବାକୁ କହିଥିଲେ।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories