www.samajalive.in
Thursday, December 11, 2025
15.1 C
Bhubaneswar

ମାଲାମାଲ ହେଲେ ମତ୍ସ୍ୟଜୀବୀ ; ଜାଲରେ ଫସିଲେ କୋଟିଏ ଟଙ୍କାର ମାଛ

ଅହମଦାବାଦ୍: ‘ଉପରୱାଲା ଯବ ଦେତା ହୈ ଛପର ଫାଡକେ ଦେତା ହୈ’ ଏହି ଉକ୍ତିଟି ସତ୍ୟ ପ୍ରମାଣ କରିଛି ଗୁଜୁରାଟର ଏକ ଘଟଣା । ଏକ ପ୍ରକାରର ସାମୁଦ୍ରିକ ମାଛ ୮ ଜଣ ମତ୍ସ୍ୟଜୀବୀଙ୍କୁ ରାତାରାତି କୋଟିପତି କରି ଦେଇଛି । ଏହି ସାମୁଦ୍ରିକ ମାଛକୁ ସ୍ଥାନୀୟ ଅଞ୍ଚଳରେ ଘୋଲ ମାଛ ବୋଲି କୁହାଯାଏ । ଗୋଟିଏ ରାତିରେ ସେମାନେ ୧.୧୦ କୋଟି ଟଙ୍କାର ମାଛ ଧରିଛନ୍ତି ।

ଆରବସାଗର ଏକ ସ୍ଥାନକୁ ଗୁଜୁରାଟ ଓ ମହାରାଷ୍ଟ୍ରର ମତ୍ସ୍ୟଜୀବୀମାନେ ମାଛ ଧରିବାକୁ ଯାଆନ୍ତି । ସବୁ ଦିନ ଭଳି ଏଥର ମଧ୍ୟ ଜାଫରାବାଦର କାନଜିଭାଇ ପୋଲଭାଇ ବାରେୟା ନିଜ ୮ ଜଣ ସାଥୀଙ୍କ ସହ ମାଛ ଧରିବାକୁ ରାମପ୍ରସାଦ ନାମକ ଏକ ବୋଟରେ ସମୁଦ୍ରକୁ ଯାଇଥିଲେ । ସମୁଦ୍ର ମଧ୍ୟରେ ୪୨ ନଟିକାଲ ମାଇଲ ଦୂରରେ ମାଛ ଧରିବା ପାଇଁ ଏହି ମତ୍ସ୍ୟଜୀବୀମାନେ ୪ଟି ଜାଲ ପକାଇଥିଲେ । ସେଥିମଧ୍ୟରୁ ଗୋଟିଏ ଜାଲରେ ସାମୁଦ୍ରିକ ମାଛ ଘୋଲ ଫସିଥିଲା । ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୧୧୦୧ଟି ଘୋଲ ମାଛ(ସ୍ଲିମ ଫିସ୍) ଜାଲରେ ଫସି ଥିଲେ । ଯାହାର ମୂଲ୍ୟ ହେଉଛ ୧.୧୦ କୋଟି ଅର୍ଥାତ୍ ଏକ କୋଟି ୧୦ ଲକ୍ଷ ଟଙ୍କା । ପ୍ରାୟ ୨୦ ବର୍ଷ ପରେ ସେଠାରେ ପ୍ରଥମ ଥର ଏଭଳି ଘଟଣା ଘଟିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

- Advertisement -

ଗୋଟିଏ ଘୋଲ ମାଛର ଓଜନ ହେଉଛି ୮ କେଜି । ଏହା କେଜି ପ୍ରତି ୨୫୦ ରୁ ୩୦୦ ଟଙ୍କା ମଧ୍ୟରେ ବିକ୍ରି କରାଯାଏ । ହେଲେ ବିଦେଶରେ ଏହି ମାଛର ଚାହିଦା ଅଧିକ । ଏହି ମାଛର ଲିଭର ବିଦେଶକୁ ରପ୍ତାନି କରାଯାଏ । କାରଣ ଶଲ୍ୟ ଚିକିତ୍ସା ବେ​‌ଳେ ବ୍ୟବହୃତ ହେଉଥିବା ସୂତାରେ ଏହାକୁ ପ୍ରୟୋଗ କରାଯାଏ । ତେଣୁ ବିଦେଶର ଏହି ମାଛର ମୂଲ୍ୟ ଅଧିକ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories