www.samajalive.in
Monday, December 8, 2025
13.1 C
Bhubaneswar

ପିଆଜର ଅଭାବୀ ବିକ୍ରି ; ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଚାଷୀ ପଠାଇଲେ ୬ ଟଙ୍କା

ଅହମଦନଗର : ମହାରାଷ୍ଟ୍ରରେ ଚଳିତ ବର୍ଷ ପିଆଜର ଉତ୍କଟ ଅଭାବୀ ବିକ୍ରି ସମସ୍ୟା ଦେଖା ଦେଇଛି। ପିଆଜ ଦର ଏଭଳି ଭାବେ ହ୍ରାସ ପାଇଛି ଯେ ଚାଷୀ ମାତ୍ର ମାମୁଲି ଲାଭ ପାଉଛନ୍ତି। ଏପରିକି ଶ୍ରମିକ ଖର୍ଚ୍ଚ ଓ ବଜାରକୁ ନେବା ପାଇଁ ପରିବହନ ବାବଦରେ ଖର୍ଚ୍ଚକୁ ବାଦ ଦେଲା ପରେ ବହୁତ କମ୍‍ ଲାଭ ମିଳୁଛି । କେଜି ପ୍ରତି ୧ଟଙ୍କା ଓ ତା’ଠାରୁ କମ୍‍ ଦରରେ କୃଷକ ମାନେ ପିଆଜ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।
ଅହମଦନଗର ଜିଲ୍ଲାର ଜଣେ କୃଷକ ପିଆଜ ଚାଷ କରି ପାଇଥିବା ମାମୁଲି ଲାଭ ନେଇ ଅସନ୍ତୋଷ ବ୍ୟକ୍ତ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ୬ ଟଙ୍କା ମନିଅର୍ଡ଼ର ଯୋଗେ ପଠାଇଛନ୍ତି। ଶ୍ରେୟସ ଓଭାଲେ ନାମକ ଏହି କୃଷକ ଜଣଙ୍କ କହିଛନ୍ତି ଯେ, ଅହମଦନଗର ଜିଲ୍ଲାର ସଙ୍ଗମନେର ବଜାରରେ ରବିବାର ଦିନ ୨୬୫୭ କି.ଗ୍ରା ପିଆଜକୁ କେଜି ପ୍ରତି ଏକ ଟଙ୍କା ଦରରେ ବିକ୍ରି କରିଥିଲେ। ବଜାର ଓ ପରିବହନ ଖର୍ଚ୍ଚ ପରେ ସେ ମାତ୍ର ଛଅ ଟଙ୍କା ଲାଭ ପାଇଥିଲେ।
ଶ୍ରେୟସ କହିଛନ୍ତି ‘ସଙ୍ଗମନେର ବଜାରରେ ୨୬୫୭ କି.ଗ୍ରା ପିଆଜ ବିକ୍ରି କରିବା ପରେ ତାଙ୍କୁ ୨,୯୧୬ ଟଙ୍କା ମିିଳିଥିଲା। ଶ୍ରମିକଙ୍କ ମଜୁରି, ବଜାର ଏବଂ ପରିବହନ ଖର୍ଚ୍ଚ ବାବଦରେ ତାଙ୍କୁ ୨,୯୧୦ ଟଙ୍କା ଦେବାକୁ ପଡିଲା। ସବୁ କିଛି ତୁଟାଇ ଦେବା ପରେ ମାତ୍ର ଛଅ ଟଙ୍କା ବଳିଲା’। ଯାହାକୁ ନେଇ ସେ ବହୁତ ମନଦୁଃଖ କରିବା ସହିତ ନିରାଶ ହୋଇଥିଲେ। ତେବେ ମନକୁ ଦୃଢ କରି ସେହି ୬ ଟଙ୍କାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶଙ୍କ ପାଖକୁ ମନିଅର୍ଡ଼ର ଯୋଗେ ପଠାଇଛନ୍ତି। ତାଙ୍କ କହିବା କଥା ହେଲା ମୁଖ୍ୟମନ୍ତ୍ରୀ ଏହି ସ୍ଥିତି ବିଷୟରେ ଅବଗତ ହୋଇ କୃଷକମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ଆବଶ୍ୟକ। ଅତ୍ୟନ୍ତ ପକ୍ଷେ ସରକାର କୃଷକଙ୍କ ମାନଙ୍କଠାରୁ ଉଚିତ ଦରରେ ପିଆଜ କିଣିବାର ବ୍ୟବସ୍ଥା କରନ୍ତୁ ବୋଲି ସେ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଶ୍ରେୟସ ଚଳିତ ବର୍ଷ ପିଆଜ ଚାଷ ପାଇଁ ୨ଲକ୍ଷ ଟଙ୍କା ବ୍ୟୟ କରିଥିବା ବେଳେ ମାତ୍ର ୬ଟଙ୍କା ଲାଭ ପାଇଛନ୍ତି।​

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories