www.samajalive.in
Friday, December 12, 2025
16.1 C
Bhubaneswar

ରେଳ ଷ୍ଟେସନରୁ ମେଡିକାଲ କଲେଜକୁ ରାସ୍ତା କେବେ ?

ଭବାନୀପାଟଣା : ଶହୀଦ ରେଣ୍ଡୋ ମାଝି ମେଡିକାଲ୍ କଲେଜ । ଏହା ଉପରେ କଳାହାଣ୍ଡି ତଥା ଆଖପାଖ ୩ ଖଣ୍ଡ ଜିଲ୍ଲାବାସୀ ନିର୍ଭର କରନ୍ତି । ଭବାନୀପାଟଣାରୁ ରାୟପୁରକୁ ଲମ୍ବିଥିବା ରାଜପଥ ଉପରେ ରହିଛି ଏହି ମେଡିକାଲ୍ କଲେଜ। ସ୍ଥାନୀୟ ରେଳ ଷ୍ଟେସନରୁ ଅତି ନିକଟରେ ମେଡିକାଲ କଲେଜଟି ରହିଛି। ଅଥଚ ରେଳ ଷ୍ଟେସନରୁ ସେଠାକୁ ସିଧା ସଳଖ ରାସ୍ତା ଖଣ୍ଡିଏ ନାହିଁ।

ଭବାନୀପାଟଣା ରେଳ ଷ୍ଟେସନ ନିକଟରୁ ମେଡିକାଲ କଲେଜକୁ ଯିବାକୁ ହେଲେ ସହର ଭିତର ଦେଇ ପ୍ରାୟ ୭ କିମି ଅତିକ୍ରମ କରି ଯିବାକୁ ପଡେ। ଏଣୁ ରେଳ ଯୋଗେ ମେଡିକାଲ କଲେଜକୁ ଆସୁଥିବା ରୋଗୀଙ୍କୁ ସହରର ଟ୍ରାଫିକ ଭିଡ଼ ଭିତରେ ଯିବାକୁ ହୁଏ। ଅଥଚ ରେଳ ଷ୍ଟେସନଠାରୁ ମେଡିକାଲ କଲେଜକୁ ପ୍ରାୟ ଏକ କିମିରୁ ଅଳ୍ପ ଅଧିକ ଦୂରତା ରହିଛି। ହେଲେ ରେଳ ଷ୍ଟେସନ ଠାରୁ ମେଡିକାଲ୍ କଲେଜ ଯାଏଁ ରାସ୍ତାଟିଏ ନିର୍ମାଣ ହେଇ ପାରୁନି।

- Advertisement -

ଗତ ୨୦୨୨ ଡିସେମ୍ବରରେ ଏକ ସର୍ଭେ ଅନୁଷ୍ଠିତ ହେଇଥିଲା । ଏଥିରେ ଭଙ୍ଗାବାରି ଗାଁ ଏବଂ ପରମାନନ୍ଦପୁର ମୌଜାର ସନ୍ଧିରୁ ରାସ୍ତା ପାଇଁ ସର୍ଭେ ସରିଲା। ଏହି ସର୍ଭେ ଅନୁଯାୟୀ ରେଳ ଷ୍ଟେସନରୁ ମେଡିକାଲ କଲେଜ ଯାଏଁ ପ୍ରାୟ ଦେଢ଼ କିମି ରାସ୍ତା କରାଯିବାକୁ ସ୍ଥିର ହୋଇଥିଲା ।  ପ୍ରାୟ ୪୫ ମିଟର ଓସାର ରାସ୍ତା ସହିତ ବ୍ୟାରିକେଡ଼, ଡିଭାଇଡ଼ର ଆଦି ମିଶାଇ କାର୍ଯ୍ୟ କରାଯିବାକୁ ମ୍ୟାପ ପ୍ରସ୍ତୁତ ହୋଇଥିଲା। ଅଥଚ ବର୍ଷେ ପରେ ବି ଉକ୍ତ ଫାଇଲଟି ପଡ଼ି ରହିଛି। ଏହି ରାସ୍ତା ନିର୍ମାଣ ହେଲେ କେବଳ ଯେ ରେଳରେ ଆସୁଥିବା ରୋଗୀ ଅଳ୍ପ ସମୟ ମଧ୍ୟରେ ମେଡିକାଲ କଲେଜରେ ପହଞ୍ଚିବେ ତାନୁହେଁ ବରଂ ଭବାନୀପାଟଣା କଲେଜ ଛକ, ନର୍ଲା, କେସିଙ୍ଗା ପଟୁ ମେଡିକାଲ କଲେଜକୁ ଆସୁଥିବା ଲୋକଙ୍କୁ ମଧ୍ୟ ସୁବିଧା ହେବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories