www.samajalive.in
Saturday, December 13, 2025
26.1 C
Bhubaneswar

ଜବାହର ନବୋଦୟ ବିଦ୍ୟାଳୟରେ ମାଣ୍ଡିଆରେ ଭୋଜନ ସାମଗ୍ରୀ ପ୍ରସ୍ତୁତ ଉପରେ ତାଲିମ

ଫୁଲବାଣୀ : ମାଣ୍ଡିଆକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଇଥିବାବେଳେ ଏ ଦିଗରେ ସବୁ ସ୍ତରରେ ସଚେତନ ସୃଷ୍ଟି କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି । ଏଭଳି ସ୍ଥଳେ ତୁଡ଼ିପାଜୁ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ବହୁ ଛାତ୍ରୀ ଓ କ୍ୟାଟେରିଙ୍ଗ୍‌  ସହଯୋଗୀ ଶ୍ରୀମତି ସ୍ୱର୍ଣ୍ଣଲତା ମହାପାତ୍ର ଓ ଅନ୍ୟ ରୋଷେୟାମାନଙ୍କୁ ମିଲେଟ୍‌ ଉପରେ ପ୍ରଶିକ୍ଷଣ ସହିତ ମିଲେଟରେ ବିଭିନ୍ନ ଜିନିଷ ପ୍ରସ୍ତୁତି ଉପରେ ତାଲିମ ଦିଆଯାଇଛି । ଜନନୀ ସ୍ୱୟଂ ସହାୟକ  ଗୋଷ୍ଠୀର ସଦସ୍ୟା ଶ୍ରୀମତି ବାସନ୍ତୀ ନାୟକ ଏବଂ ସୁଲୋଚନା ବେହେରା ଯୋଗଦେଇ ମାଣ୍ଡିଆରେ  ବିଭିନ୍ନ ଭୋଜନ ସାମଗ୍ରୀ ତିଆରି ଉପରେ ତାଲିମ ପ୍ରଦାନ କରିବା ସହିତ ମାଣ୍ଡ୍ରିଆର ଆବଶ୍ୟକତା ଉପରେ ମଧ୍ୟ ଆଲୋକପାତ କରିଛନ୍ତି । ଏହି ଅବସରରେ ତାଲିମଦାତାମାନେ ମାଣ୍ଡିଆରେ ଇଡ଼ିଲି, ସୁପ୍‌ , ଗୁଲୁଗୁଲା , ବରା ଆଦି ପ୍ରସ୍ତୁତ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତି ନମିତା ରାଣୀ ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ସୁଶାନ୍ତ କୁମାର ପାଢୀ , ରାମସାଇ ହାନଦା ଓ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories