www.samajalive.in
Saturday, December 13, 2025
26.1 C
Bhubaneswar

ଜମିଜମାକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ବଡ ଭାଇର ଟାଙ୍ଗିଆ ଚୋଟରେ ସାନଭାଇ ମୃତ 

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ପଞ୍ଚାୟତର କୋଇଠା ଗାଁ ଓଡିଆରପି କଲୋନୀରେ ଜମିଜମାକୁ କେନ୍ଦ୍ରକରି ବଡ଼ ଭାଇ ଓ ପୁତୁରାର ଟାଙ୍ଗିଆ ଆକ୍ରମଣରେ ସାନଭାଇର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ସାନଭାଇ ଭୀମ ବେହେରା ବୋଲି ପୋଲିସ ସୂଚନା ଦେଇଛି । ପୋଲିସର ସୂଚନା ଅନୁଯାୟୀ କୋଇଠା ଓଡିଆରପି କଲୋନୀରେ ସୁରେନ୍ଦ୍ର ବେହେରା ଓ ସାନଭାଇ ମୃତ ଭୀମ ବେହେରା ପରିବାର ସହ କିଛି ବର୍ଷ ହେଲା ରହି ଆସୁଥିବାବେଳେ କିଆ ବାଡ଼  ଓ ଜମିକୁ ନେଇ ଦୁଇ ଭାଇ ମଧ୍ୟରେ କିଛି ଦିନ ହେଲା ବିବାଦ ଲାଗି ରହିଥିଲା ।

ଏ ନେଇ ଗ୍ରାମରେ ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ସମାଧାନ ପାଇଁ ବହୁବାର ସଭା କରାଯାଇଥିଲେ ମଧ୍ୟ ସମାଧାନ ହୋଇପାରି ନଥିଲା l ଆଜି ଅପରାହ୍ନ ସାଢେ ୩ଟା ବେଳେ ଭୀମ ସୁରେନ୍ଦ୍ରଙ୍କ ଘରେ ପହଞ୍ଚି କିଆ ବାଡ଼ ବିଷୟକୁ ନେଇ ବଡ଼ ଭାଇ ସୁରେନ୍ଦ୍ରକୁ ଗାଳି ଗୁଲଜ କରିଥିଲେ । ଏଥିରେ  ବଡଭାଇ ସୁରେନ୍ଦ୍ର ଓ ତାଙ୍କ ପୁଅ ମୋହନ ଘରେ ଥିବା ଟାଙ୍ଗିଆ ଓ କାତି ଦ୍ଵାରା ଭୀମ ମୁଣ୍ଡକୁ ଆକ୍ରମଣ କରିଥିଲେ । ଯାହା ଫଳରେ ଭୀମଙ୍କ  ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ଭୀମଙ୍କ ମୃତ୍ୟୁ ଘଟିଥିଲା ।

- Advertisement -

ଖବର ପାଇ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର ଓ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠେଇଥିଲେ । ପୋଲିସ ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ରକ୍ତଭିଜା ଟାଙ୍ଗିଆ ଓ କାତି ଜବତ କରିବ ସହ ସମ୍ପୃକ୍ତ ବଡ଼ ଭାଇ ଓ ପୁତୁରାକୁ ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ନେଇ ଏସଡିପିଓ ମହାପାତ୍ର ସୂଚନା ଦେଇଛନ୍ତି । ଘଟଣା ନେଇ ପୁଲିସ ପକ୍ଷରୁ ହତ୍ୟା ମାମଲା ରୁଜୁ କରି ଯାଇଥିବା ପୁଲିସ ସୂଚନା ଦେଇଛି।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories