www.samajalive.in
Saturday, December 13, 2025
26.1 C
Bhubaneswar

ପାନ ମସଲା ଏବଂ ତମାଖୁକୁ ନେଇ ବଦଳିଲା ନିୟମ, ୧ ଏପ୍ରିଲରୁ ଲାଗିବ ୧ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ : ପାନ ମସଲା, ତମାଖୁ ଏବଂ ଗୁଟଖା ଉତ୍ପାଦନ କରୁଥିବା କମ୍ପାନୀମାନଙ୍କ ଉପରେ ୧ ଏପ୍ରିଲରୁ ବଡ ଜରିମାନା ଲାଗିପାରେ । ଜିଏସଟି କାଉନସିଲ୍ ତରଫରୁ ଆଜି ଏନେଇ ଏକ ଆଡଭାଇଜରି ଜାରି କରାଯାଇଛି । ଯେଉଁଥିରେ ଏନେଇ ସୂଚନା ଦିଆଯାଇଛି । ଜିଏସଟି ତରଫରୁ ଜାରି କରାଯାଇଥିବା ଆଡଭାଇଜରି ଅନୁସାରେ ତମାଖୁ ଉତ୍ପାଦନ କରୁଥିବା କମ୍ପାନୀଙ୍କୁ ୧ ଏପ୍ରିଲରୁ ଜିଏସଟି ଅଧିକାରୀଙ୍କ ସହ ନିଜ ପ୍ୟାକିଂ ମେସିନର ମଧ୍ୟ ପଞ୍ଜୀକରଣ କରାଇବାକୁ ହେବ । ଏହା ନକଲେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ହେବ । ତମାଖୁ ଉତ୍ପାଦନକାରୀ କ୍ଷେତ୍ରରେ ରାଜସ୍ବ ଲିକେଜକୁ ରୋକିବା ପାଇଁ ସରକାର ଏମିତି ପଦକ୍ଷେପ ଉଠାଇଛନ୍ତି ।

ଜିଏସଟି ପରିଷଦର ସୁପାରିଶ କ୍ରମେ ଟ୍ୟାକ୍ସ ଅଧିକାରୀମାନେ ଗତ ବର୍ଷ ତମାଖୁ ନିର୍ମାତାଙ୍କ ଦ୍ବାରା ମେସିନର ପଞ୍ଜୀକରଣ ପାଇଁ ଏକ ବିଶେଷ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହି ମେସିନର ପ୍ୟାକିଂ କ୍ଷମତା ସହିତ ବର୍ତ୍ତମାନ ଥିବା ପ୍ୟାକିଂ ମେସିନ୍, ନୂଆ ସ୍ଥାପନ ହୋଇଥିବା ମେସିନର ବିବରଣୀ ଆଦି ଦେବାକୁ ହୋଇଥାଏ । ତେବେ ଗତ ବର୍ଷ ଏସମ୍ପର୍କରେ କୌଣସି ପ୍ରକାର ଜରିମାନା ସମ୍ପର୍କରେ ସୂଚନା ଦିଆଯାଇନଥିଲା ।

- Advertisement -

ରାଜସ୍ବ ସଚିବ ସଞ୍ଜୟ ମଲହୋତ୍ରା କହିଛନ୍ତି କି ଜିଏସଟି ପରିଷଦ ଗତ ବୈଠକରେ ନିଷ୍ପତ୍ତି ନେଇଥିଲା କି ପାନ ମସଲା, ଗୁଟଖା ଏବଂ ଏହି ଭଳି ଉତ୍ପାଦନ ପାଇଁ କମ୍ପାନୀର ମେସିନରର ପଞ୍ଜୀକରଣ ହେବା ଉଚିତ୍ ଯାହା ଫଳରେ ଉତ୍ପାଦନର କ୍ଷମତା ଉପରେ ନଜର ରଖିହେବ । ସେ ଏହା ମଧ୍ୟ କହିଛନ୍ତି କି ଗତ ବର୍ଷ ପଞ୍ଜୀକରଣ କରିନଥିବା ସଂସ୍ଥାମାନଙ୍କ ଉପରେ କୌଣସି ପ୍ରକାର ଜରିମାନା ଲାଗିନଥିଲା । କିନ୍ତୁ ଏଥର ପରିଷଦ ନିଷ୍ପତ୍ତି ନେଇଛି କି ଏଥିପାଇଁ କିଛି ଜରିମାନା ନିୟମ ନିଶ୍ଚୟ ରହିବା ଉଚିତ୍ । ଏହି କାରଣରୁ ଏଣିକି ପଞ୍ଜୀକରଣ ନକଲେ କମ୍ପାନୀମାନଙ୍କ ଉପରେ ଜରିମାନା ଲାଗିବ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories