www.samajalive.in
Sunday, December 14, 2025
23.1 C
Bhubaneswar

ଅଜଣା ଜନ୍ତୁ ଆକ୍ରମଣରେ ୫ମେଣ୍ଢା ମୃତ, ଲଗାତର ଗାଁରେ ପଶି ଶିକାର କରୁଥିବା ଅଭିଯୋଗ

କଲ୍ୟାଣସିଂହପୁର : ରାତିରେ ଗାଁରେ ପଶି ଅଜଣା ଜନ୍ତୁ  ୫ଟି ମେଣ୍ଢା ମାରିବା ସହ  ୩ଟି ମେଣ୍ଢାଙ୍କୁ ଖଣ୍ଡିଆ ଖାବରା କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସୁନଖଣ୍ଡି ପଞ୍ଚାୟତର ନନ୍ଦିନି ଗାଁରେ । ନନ୍ଦିନି ଗାଁର ଦୀନବନ୍ଧୁ କାଡ୍ରକା ମେଣ୍ଢା ପାଳନ କରି ପରିବାର ପୋଷଣ କରିଆସୁଥିଲେ । ବର୍ତ୍ତମାନ ମେଣ୍ଢା ଅଜଣା ଜନ୍ତୁର ଶିକାର ହୋଇ ମରିଯାଇଥିବାରୁ ସେ ପରିବାରକୁ କିପରି ଭରଣପୋଷଣ କରିବେ ବୋଲି ଦୁଃଖରେ ଭାଙ୍ଗିପଡିଛନ୍ତି  । ଗତ ମାସରେ ୨୫ଟି ମେଣ୍ଢାରୁ ଦଶଟି ମେଣ୍ଢା ଶିକାର କରିଥିଲା ଅଜଣା ଜନ୍ତୁ   ।

ବହୁଦିନ ପରେ ପୁଣି ଗତ ରାତ୍ରରେ ଗଙ୍ଗାଧର କାଡ୍ରକାଙ୍କ ୫ଟି ମେଣ୍ଢାକୁ ଅଜଣା ଜନ୍ତୁ ମାରିଦେବା ସହ ୩ଟି ମେଣ୍ଢାକୁ ଆକ୍ରମଣ କରି ଛାଡ଼ିଦେଇଥିଲା । ଏହାକୁ ମେଣ୍ଢା ମାଲିକ ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ଭୟଭୀତ ହୋଇ ବନବିଭାଗକୁ ସୂଚନା ଦେଇଥିଲେ । ଖବର ପାଇ ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ, ବନପାଳ ପ୍ରଦୀପ କୁମାର ଜେନା, ବନରଖି ସୂର୍ଯ୍ୟ ପଟ୍ଟନାୟକ ଘଟଣାସ୍ଥଳରେ  ପହଞ୍ଚି ପରିପାର୍ଶ୍ବିକ ସ୍ଥିତି ଯାଞ୍ଚ କରିଥିଲେ । ଏସମ୍ପର୍କରେ ଗଧିଆ କିମ୍ବା ବାଘ ମେଣ୍ଢା ଖାଇଥିବା ସନ୍ଦେହ କରି ରାତିରେ ପେଟ୍ରୋଲିଂ କରି ଜନ୍ତୁକୁ ଠାବ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ ସୂଚନା ଦେଇଛନ୍ତି ।

- Advertisement -

 

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories