www.samajalive.in
Saturday, December 13, 2025
14.1 C
Bhubaneswar

କନ୍ଧମାଳ ଜିଲା ବରିଷ୍ଠ ପୁରୁଷ ଓ ମହିଳା କବାଡ଼ି ଦଳର କଟକ ଗସ୍ତ

ଫୁଲବାଣୀ:ରାଜ୍ୟ କବାଡ଼ି ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ୭୧ତମ ରାଜ୍ୟ ବରିଷ୍ଠ କବାଡ଼ି ଚମ୍ପିଆନସିପ୍‌‌ରେ ଭାଗନେବା ପାଇଁ କନ୍ଧମାଳ ଜିଲାର ଉଭୟ ପୁରୁଷ ଓ ମହିଳା କବାଡ଼ି ଦଳ ଆଜି କଟକ ଗସ୍ତ କରିଛନ୍ତି। ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍‌‌ ଠାରେ ଏହି ଖେଳ ଆୟୋଜିତ ହୋଇଛି। ଗତ ଜାନୁୟାରୀ ୨୯ ତାରିଖରେ ଉଭୟ ପୁରୁଷ ଓ ମହିଳା ଦଳକୁ ଚୟନ କନ୍ଧମାଳ ଷ୍ଟାଡ଼ିୟମ୍‌‌ ଠାରେ କରାଯାଇଥିଲା।

ମହିଳା ଦଳରେ ଦଳର ପରିଚାଳକ ଭାବେ ସନ୍ଧ୍ୟାରାଣୀ ଶବର ଓ ପ୍ରଶିକ୍ଷକ ଭାବେ ଚଣ୍ଡି ପ୍ରସାଦ ସିଂଦେଓଙ୍କ ନେତୃତ୍ୱରେ ଆରତୀ ଘଡ଼େଇ, ପ୍ରିୟତ୍ତମା ମଲିକ, ସୁମିତ୍ରା ଶବର, ତୁଳସୀ କହଁର, ଜିତା ମଲିକ, ଲିଜା କହଁର, ଅରୁନ୍ଧତୀ କହଁର, ଲିନିତା ପାଟମାଝୀ, ପ୍ରଜ୍ଞା ପରମିତା କହଁର, ଜୟନ୍ତି ମଲିକ, ଦଲୀନା ପ୍ରଧାନ, ଭାନୁୟିୟା ପ୍ରଧାନ ଓ ପୁରୁଷ ଦଳରେ ପରିଚାଳକ ସୌମ୍ୟ ରଂଜନ ନାୟକଙ୍କ ନେତୃତ୍ୱରେ ବିଭୂଦତ୍ତ ନାୟକ, କିସାନ କହଁର, ସୁକାନ୍ତ ପାତ୍ର, ରାକେଶ ମଲିକ, ଡ଼େଭିଡ଼୍‌‌ ବେନିଆ, ବିଭୂତି ଭୂଷଣ ବିନ୍ଧାଣୀ, ରାତିଶ ବିନ୍ଧାଣୀ, ବାମଦେବ ପାତ୍ର, ରାମେଶ୍ୱର କହଁର, ସାମୁଏଲ୍‌‌ ଦିଗାଲ ଓ ଶିବାନନ୍ଦ ପାତ୍ର ଗସ୍ତ କରିଛନ୍ତି। ଉଭୟ ଦଳକୁ ଜିଲା କ୍ରିଡ଼ା ସଂସଦ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଖେଳ ଅନୁଷ୍ଠିତ ହେବ ବୋଲି କ୍ରିଡ଼ା ସଂସଦ ସଂପାଦକ ଶିବ ପ୍ରସାଦ ତ୍ରିପାଠୀ ସୂଚନା ଦେଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories