www.samajalive.in
Sunday, December 7, 2025
16.1 C
Bhubaneswar

ଆଉ ସହଜ ହେବନି ହ୍ୱାଟସ୍‌‌ଆପ୍‌‌: ଆସିଲା ନୂଆ ନିୟମ,ଏଣିକି ଏସବୁ ପାଇଁ ଦେବାକୁ ପଡିବ ଟଙ୍କା..

ନୂଆଦିଲ୍ଲୀ : ଏମିତି କେହି ନଥିବେ ଯିଏ କି ହ୍ୱାଟସ୍‌‌ଆପ୍‌‌କୁ ବ୍ୟବହାର କରୁନଥିବେ। ତେବେ ଆପଣ ମଧ୍ୟ ହ୍ୱାଟସ୍‌‌ଆପ୍‌‌ ବ୍ୟବହାର କରୁଥିଲେ, ବର୍ତ୍ତମାନ ଏହା ଜଟିଳ ହେବାକୁ ଯାଉଛି। ସେଭଳି ଦେଖିବାକୁ ଗଲେ ହ୍ୱାଟସ୍‌‌ଆପ୍‌‌ ମାଗଣାରେ ବ୍ୟବହାର କରାଯାଇଥାଏ। ମାତ୍ର ବର୍ତ୍ତମାନ ଚାଟିଙ୍ଗ୍‌‌ ବ୍ୟାକ୍‌‌ଅପ୍‌‌ ପାଇଁ ଉପଭୋକ୍ତାଙ୍କୁ ଟଙ୍କା ଦେବାକୁ ପଡିବ। ପ୍ରଥମରୁ ଏହା ମାଗଣା ଥିଲା। ହ୍ୱାଟସ୍‌‌ଆପ୍‌‌ରେ ଚାଟିଙ୍ଗ୍‌‌ ବ୍ୟାକ୍‌‌ଅପ୍‌‌ ଖୁବ ଜରୁରୀ। ବର୍ତ୍ତମାନ ସମୟରେ ଚାଟିଙ୍ଗ୍‌‌ ବ୍ୟାକ୍‌‌ଅପ୍‌‌ ଗୁଗଲ ଡ୍ରାଇଭ୍‌‌ରେ ରହିଥାଏ। ମାତ୍ର ଏହାଦ୍ୱାରା ଉପଭୋକ୍ତା (ୟୁଜର୍ସ)ଙ୍କର ଜିମେଲ୍‌‌ରେ କୌଣସି ପ୍ରଭାବ ପଡିନଥାଏ।
ଚାଟିଙ୍ଗ୍‌‌ର ଯେଉଁ ବ୍ୟାକ୍‌‌ଅପ୍‌‌ ନିଆଯାଉଥିଲା, ତାହା ଜିମେଲ୍‌‌ ଅର୍ଥାତ ଗୁଗଲ ଡ୍ରାଇଭ୍‌‌କୁ ଯାଇଥାଏ। ମାତ୍ର ବତ୍ତର୍ମାନ ଏଥିରେ ବଡ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ମଧ୍ୟ ଚାଟିଙ୍ଗ୍‌‌ର ବ୍ୟାକ୍‌‌ଅପ୍‌‌ ଜିମେଲ୍‌‌କୁ ହିଁ ଯିବ ମାତ୍ର ସ୍ପେଶ୍‌‌ (ସ୍ଥାନ) ବର୍ତ୍ତମାନ ମାଗଣାରେ ମିଳିବ ନାହିଁ। ପ୍ରଥମରୁ ହ୍ୱାଟସ୍‌‌ଆପ୍‌‌ର ବ୍ୟାକ୍‌‌ଅପ୍‌‌ ଚାଟିଙ୍ଗ୍‌‌ ଯାହା ଜିମେଲ୍‌‌କୁ ଯାଉଥିଲା, ତାହା ଜିମେଲ୍‌‌ର ନିର୍ଦ୍ଧାରିତ ସ୍ପେଶରେ ଏହା ଅନ୍ତର୍ଭୁକ୍ତ ନଥିଲା। ମାତ୍ର ଯଦି ବର୍ତ୍ତମାନ ଆପଣ ୧୫ ଜିବିର ନିର୍ଦ୍ଧାରିତ ସ୍ପେଶ ରଖିଛନ୍ତି, ଏଥିରେ ବର୍ତ୍ତମାନ ହ୍ୱାଟଆପ୍‌‌ ଚାଟିଙ୍ଗ୍‌‌ର ସେହି ସ୍ପେସ ଅନ୍ତର୍ଭୁକ୍ତ ହେବ। ଯଦି ୧୫ ଜିବିର ସ୍ପେସ ଥାଏ, ତେବେ ଏହା ସେଥିରୁ ଶେଷ ହେବାକୁ ଆରମ୍ଭ କରିବ। ଏହା ଅଧିକାଂଶଙ୍କର ଭର୍ତ୍ତି ହୋଇ ରହିଥାଏ। କାରଣ ବିଭିନ୍ନ ପ୍ରକାର ଇମେଲ୍‌‌ ଏଥିରେ ହିଁ ଅନ୍ତର୍ଭୁକ୍ତ ରହିଥାଏ। ଗୁଗଲ ଫଟୋ ମଧ୍ୟ ଏଥିରେ ହିଁ ସ୍ପେଶ ନେଇଥାଏ। ଏହାସହ ଅନ୍ୟାନ୍ୟ ତଥ୍ୟ ମଧ୍ୟ ଏଥିରେ ସ୍ପେଶ ନେଇଥାଏ। ଚାଟିଙ୍ଗ୍‌‌ ବ୍ୟାକ୍‌‌ଅପ୍‌‌ ସ୍ପେସ ନେବା ପରେ ଏହା ଶୀଘ୍ର ଶେଷ ହେବ। ଏହା ପୂର୍ବରୁ ମାଗଣା ଥିବା ବେଳେ ବର୍ତ୍ତମାନ ଏଥିପାଇଁ ଟଙ୍କା ଦେବାକୁ ପଡିବ। ଏହି ଟଙ୍କା ଆପ୍‌‌କୁ ନୁହେଁ ବରଂ ଗୁଗଲକୁ ଦେବାକୁ ପଡିବ। ଏହାଦ୍ୱାରା ଅଧିକ ଜିବି କିଣି ପାରିବେ। ମାସକୁ ୧୨୦ରୁ ୧୩୦ ଟଙ୍କାରେ ୧୦୦ ଜିବିର ସ୍ପେସ ମିଳିଯିବ।
ତେବେ ଟଙ୍କା ଦେଇ ସ୍ପେସ କିଣିବାକୁ ଚାହୁଁନଥିଲେ, ଚାଟିଙ୍ଗ୍‌‌ର ବ୍ୟାକ୍‌‌ଅପ୍‌‌ ଚାହୁଁଥିଲେ ଭିଡିଓ ଓ ଫଟୋର ବ୍ୟାକ୍‌‌ଅପ୍‌‌ ନନେବା ଦ୍ୱାରା ଅନେକ ସ୍ପେସ ବଞ୍ଚିଯିବ। ମଲ୍‌‌ଟିମିଡିଆ ଅପସନ୍‌‌କୁ ଯାଇ ଏହାକୁ ବନ୍ଦ କରିପାରିବେ। ଚାଟିଙ୍ଗ ବ୍ୟାକ୍‌‌ଅପ୍‌‌ରେ ଅଧିକ ସ୍ପେସ ଶେଷ ହୋଇନଥାଏ। ମାତ୍ର ଫୋନ୍‌‌ ବଦଳ କରିବା ସମୟରେ ଏହା ଆବଶ୍ୟକ। ନଚେତ୍‌‌ ସମ୍ପୂର୍ଣ୍ଣ ତଥ୍ୟ ସେଥିରୁ ପଳାଇଥାଏ, ଯଦି ବ୍ୟାକ୍‌‌ଅପ୍‌‌ ନରଖିଥିବେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories