www.samajalive.in
Monday, December 8, 2025
16.1 C
Bhubaneswar

୧୧ ଫେବ୍ରୁଆରୀ ପରେ ଶନିଦେବତାଙ୍କ ମିଳିବ ବିଶେଷ କୃପା

ପ୍ରଭୁ ଶନିଦେବ ୧୧ ଫେବ୍ରୁଆରୀ ୨୦୨୪ରେ କୁମ୍ଭ ରାଶିରୁ ଅସ୍ତ ହେବେ। କୁମ୍ଭ ରାଶିରୁ ଅସ୍ତ ହୋଇ ଶନିଦେବ ବିଶେଷ ପରିଣାମ ଦେଇଥାଆନ୍ତି। ଶନିଦେବତା ୩୦ ବର୍ଷ ପରେ କୁମ୍ଭ ରାଶିରେ ଅସ୍ତ ହେବାକୁ ଯାଉଛନ୍ତି। ଜାଣନ୍ତୁ,ଜ୍ୟୋତିଷ ଗଣନା ଅନୁସାରେ ଅସ୍ତ ହେବା ଦ୍ୱାରା ଶନିଦେବଙ୍କ ସହ ଜଡିତ କେଉଁ ଉପାୟ ଆପଣାଇବା ଦ୍ୱାରା କର୍ମକ୍ଷେତ୍ର,ଚାକିରି ଓ ବ୍ୟବସାୟରେ ଅଧିକ ଲାଭ ମିଳିଥାଏ।
ଶନିଦେବତା କୁମ୍ଭ ରାଶିରେ ଅସ୍ତ ହେବା ପରେ ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷ ତଳେ ସୋରିଷ ତେଲର ଏକ ଦୀପ ଲଗାନ୍ତୁ। ୩ଥର ପରିକ୍ରମା କରନ୍ତୁ।
ଶନିଦେବଙ୍କ ସରଳ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ। ଏହାପରେ ଅସହାୟଙ୍କୁ ନିଜ ସମକ୍ଷ ଅନୁସାରେ କିଛି ଟଙ୍କା ଦାନ କରନ୍ତୁ।
ଶନିବାର ସକାଳେ ଅଶ୍ୱତ୍ଥ ବୃକ୍ଷ ମୂଳରେ ଜଳ ଅର୍ପଣ କରନ୍ତୁ। ସନ୍ଧ୍ୟାରେ ଗଛ ମୂଳରେ ଲୁହାର ପାତ୍ରରେ ଦୀପ ଲଗାନ୍ତୁ। ସେଠାରେ ଶନି ଚାଳିଶା ପାଠ କରନ୍ତୁ। ଏହାଦ୍ୱାରା ବ୍ୟବସାୟରେ ଉନ୍ନତି ଓ ଆର୍ଥିକ କ୍ଷେତ୍ରରେ ଲାଭ ମିଳିଥାଏ।
ଅସହାୟଙ୍କୁ ଖାଦ୍ୟ ଓ ଆବଶ୍ୟକୀୟ ଜିନିଷ ଦାନ କରନ୍ତୁ। ଘିଅ, ଗୁଡ, କଳା ରାଶି, ପୋଷାକ ଦାନ କରନ୍ତୁ। ଶନିବାର ଦିନ ନିରାମିଷ ଭୋଜନ ଗ୍ରହଣ କରନ୍ତୁ। ଆମିଷ ସେବନ କରନ୍ତୁ ନାହିଁ।
ଜୀବନରେ ଧନ, ଚାକିରି କିମ୍ବା ବ୍ୟବସାୟରେ ଜଡିତ ସମସ୍ୟାକୁ ଦୂର ପାଇଁ ଶନିବାର ଦିନ ସ୍ନାନ ପରେ ଶନିଙ୍କ ଯନ୍ତ୍ରର ପୂଜା କରିବା ମଧ୍ୟ ବେଶ ଲାଭଦାୟକ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories